ଭୁବନେଶ୍ୱର: ଡାଏବେଟିସରେ ପିଡିତ ହୋଇ ବହୁ ଲୋକ ଡାଏଲିସିସ କରୁଛନ୍ତି । ଯେଉଁମାନେ ଡାଏଲିସିସ କରୁଛନ୍ତି ସେମାନଙ୍କୁ ନିୟମିତ ଓ ନିରନ୍ତର ଡାଏଲିସିସ କରିବାକୁ ପଡୁଛି । ପି.ଆର.ଏମ ମେଡିକାଲ କଲେଜ ବା ବାରିପଦା ମୁଖ୍ୟଡାକ୍ତରଖାନାରେ ଏହି ଡାଏଲିସିସ ପଜିଟିଭ ମେସିନ ନ ଥିବାରୁ ରୋଗୀମାନଙ୍କୁ ବେସରକାରୀ ଡାକ୍ତରଖାନାରେ ଡାଏଲିସିସ କରିବାକୁ ପଡୁଛି ଯାହା ବ୍ୟୟ ବହୁଳ । ତେଣୁ ଡାଏଲିସିସ କରୁଥିବା ଗରିବା ବା ମଧ୍ୟବିତ ପରିବାରର ରୋଗୀମାନେ ବହୁ ଦିନ ଧରି ବେସରକାରୀ ଡାକ୍ତରଖାନାରେ ଡାଏଲିସିସ କରିବା ପାଇଁ ସକ୍ଷମ ନୁହନ୍ତି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡାଏଲିସିସ ପଜିଟିମ ମେସିନ ଥିବା ବେଳେ ମୟୁରଭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ପି.ଆର.ଏମ. ମେଡିକାଲ କଲେଜରେ ଉକ୍ତ ଡାଏଲିସିସ ପଜିଟିଭ ମେସିନ ନ ରହିବା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ । ଏହା ଦ୍ୱାରା ବହୁ ମୂଲ୍ୟବାନ ଜୀବନ ହରାଇବାକୁ ପଡୁଛି । ତେଣୁ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ଏବଂ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ ନାୟକ, ବିଜେଡିର ବରିଷ୍ଠ କର୍ମୀ ବାଂଛାନିଧି ଦାସ, ଚାନ୍ଦୁଆ ବ୍ଲକର ପୂର୍ବତନ ଚେୟାରମେନ ଶୁଭ୍ରାଂଶୁ ଶେଖର ଦେଓବାବୁ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନରେ ଡାଏଲିସିସ ପଜିଟିଭ ମେସିନ ବାରିପଦାସ୍ଥିତ ପି.ଆର.ଏମ. ମେଡିକାଲ କଲେଜରେ ତୁରନ୍ତ ଲଗାଇବା ପାଇଁ ବିସ୍ତୃତ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ମାରାଣ୍ଡି ପୂର୍ବରୁ ସ୍ୱାସ୍ଥ୍ୟ ସଚିବଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ଏବଂ ଆସନ୍ତା ସପ୍ତାହରେ ମନ୍ତ୍ରୀ ଭୂବନେଶ୍ୱର ଗଲେ ସ୍ୱାସ୍ଥ୍ୟ ସେକ୍ରେଟେରୀଙ୍କ ସହ ଆଲୋଚନା କରି ଏହି ଡାଏଲିସିସ ପଜିଟିଭ ମେସିନ ଯେତେ ଶୀଘ୍ର ସମ୍ଭବ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଲଗାଇବାର ବନେ୍ଦାବସ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେଣୁ ପି.ଆର.ଏମ ମେଡିକାଲ କଜେଲ ଏବଂ ବାରିପଦା ମୁଖ୍ୟ ଡାକ୍ତରଖାନା କର୍ତୃପକ୍ଷ ତୁରନ୍ତ ରାଜ୍ୟ ସରକାରଙ୍କ ନିକଟରେ ଡାଏଲିସିସ ପଜିଟିଭ ମେସିନ ଯୋଗାଣ ନିମନ୍ତେ ତୁରନ୍ତ ଅନୁରୋଧ କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ସିନେଟ ଏବଂ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀବନ ପଟ୍ଟନାୟକ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଏହି ଡାଏଲିିସିସ ପଜିଟିଭ ମେସିନ ତୁରନ୍ତ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।