ଡାକ୍ତରଙ୍କୁ ଆକ୍ରମଣ: ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପଶି ଡାକ୍ତରଙ୍କୁ ଆକ୍ରମଣ କରିଥିବ ୩ ଜଣ ଯୁବକଙ୍କ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିଥିବା ଜଣା ପଢିଛି । କିଛି ସମୟ ଧରି ଆତଙ୍କରାଜ ସୃଷ୍ଟି କରିବା ସହ ଏହି ଯୁବକମାନେ କାର୍ଯ୍ୟରତ ଦୁଇଜଣ ଡାକ୍ତରଙ୍କୁ ଗାଳିଗୁଳଜ କରି ପିଭିସି ପାଇପ୍ରେ ଆକ୍ରମଣ କରିଛନ୍ତି । ସିସିଟିଭି ଫୁଟେଜ୍ରୁ ଆକ୍ରମଣକାରୀ ଯୁବକଙ୍କୁ ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଅପରାହ୍ମ ସାଢେ ୫ଟାରେ ଶରଧାପୁରର ସେକ୍ ଅମିନ୍ (୪୦) ନାମକ ଜଣେ ବ୍ୟକ୍ତି ହାତରେ ଏକ ପିଭିସି ପାଇସ୍ ଧରି ସର୍ଜରି ୱାର୍ଡ ମଧ୍ୟକୁ ପଶିଥିଲେ । ସେଠାରେ ଥିବା ଲୋକଙ୍କୁ ଭୟଭୀତ କରିବା ସହ ୱାର୍ଡରେ କାର୍ଯ୍ୟରତ ଦୁଇଜଣ ଶ୍ୟାମାପ୍ରସନ୍ନ ମିତ୍ର ଓ ଶୁଭ୍ରାଂଶୁ କୁମାର ସାହୁଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ଆକ୍ରାମଣ କରିଥିଲେ । ଆକ୍ରମଣକାରୀ ସେକ୍ ଅମିନ୍ ସହ ଦୁଇଜର ସହଯୋଗୀ ମଧ୍ୟ ଡାକ୍ତରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଯୁବକଙ୍କ ଉଗ୍ରରୂପ ଦେଖି ୱାର୍ଡରେ ଥିବା ସିକ୍ୟୁରିଟି କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇଯାଇଥିଲେ । ଏନେଇ ଡକ୍ତର ଶ୍ରୀ ମିତ୍ର ସାହୁ ହସ୍ପିଟାଲ୍ର ଅଧୀକ୍ଷକ ଡା. ରଘୁନାଥ ନାୟକଙ୍କୁ ଲିଖିତ ଅଭିଯୋଗ କରିବା ପରେ ଅଧୀକ୍ଷକ ଏନେଇ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.

fourteen + 15 =