ଡିସେମ୍ବର ୧ ରୁ କୋଣାର୍କ ଉତ୍ସବ

ନିମାପଡ଼ା : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୪ ତମ କୋଣାର୍କ ଉତ୍ସବ ଓ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱନି ପାତ୍ର ଯୋଗଦେଇ  ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ସାମୁହିକ ସହଯୋଗ ଜରୁରୀ ବୋଲି କହିଥିଲେ । ଆସନ୍ତା ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ ।ଏହି ଉତ୍ସବକୁ ଦେଶ ବିଦେଶର ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଳାକାରଙ୍କ ଦ୍ଵାରା ଓଡ଼ିଶୀ ,ଭାରତ ନାଟ୍ୟମ,ମୋହିନୀ , ଆଚ୍ୟାମ, କଥକ ପ୍ରଭୁତି ନୃତ୍ୟ ପରିବେଷଣ କରାଯିବ । ସେହିପରି ଚନ୍ଦ୍ରଭାଗାରେ ହେବାକୁ ଥିବା ୧୩ ତମ ଅ।ନ୍ତର୍ଜାତୀୟ  ବାଲୁକା କଳା ମହୋତ୍ସବରେ ଆମେରିକା ,ଅଷ୍ଟ୍ରେଲିଆ ,ଶ୍ରୀଲଙ୍କା,ଚେକ୍ ରିପବ୍ଲିକ ସମେତ ୬ ଟି ରାଷ୍ଟ୍ରରୁ ଖ୍ୟାତି ସମ୍ପର୍ନ୍ନ ବାଲୁକା ଶିଳ୍ପୀଙ୍କ ସମେତ ଓଡ଼ିଶା ବାହାରର ୧୦ ଜଣ ବାଲୁକା ଶିଳ୍ପୀ  ଯୋଗ ଦେବେ । ମୋଟ ୧୦୦ ଜଣ ବାଲୁକା ଶିଳ୍ପୀ ଯୋଗଦେଇ ବାଲୁକା କଳା ପ୍ରଦର୍ଶନ କରିବେ ବୋଲି ମହୋତ୍ସବର ବ୍ରାଣ୍ଡ ଆମ୍ବାସଡର ତଥା ବାଲୁକା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ପର୍ଯ୍ୟଟକଙ୍କ  ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ , ପେଟ୍ରୋଲିଙ୍ଗ ବ୍ୟବସ୍ଥା ,ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି କହିଛନ୍ତି।

Leave A Reply

Your email address will not be published.

one + 12 =