ୱାଶିଂଟନ-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ । ତାଙ୍କ ଅଭିଯୋଗ ମୁତବାକ ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ ଚାମ୍ପିୟନସିପ ସମୟରେ ଟ୍ରମ୍ପ ତାଙ୍କ ସହ ଦୁର୍ବ୍ୟବ୍ୟହାର କରିଥିଲେ । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କ ଓକିଲ କହିଛନ୍ତି ଆଗାମୀ ୩ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ଖରାପ କରିବା ପାଇଁ ତାଙ୍କ ବିରୋଧରେ ଏପରି ଅଭିଯୋଗ କରାଯାଉଛି । ଡୋରିସ କହିଛନ୍ତି, ମ୍ୟାଚ ସମୟରେ ଭିଆଇପି ବକ୍ସରେ ଟ୍ରମ୍ପ ତାଙ୍କୁ ଜବରଦସ୍ତ କିସ କରିଥିଲେ ଏବଂ ଖୁବ ଜୋରରେ ଭିଡି ଧରିଥିଲେ । ଯଦି ରାଷ୍ଟ୍ରପତି ଭିଆଇପି ବକ୍ସରେ ଏପରି ଘୃଣ୍ୟ କାର୍ଯ୍ୟ କରିଥାନ୍ତେ ତେବେ ସେଠାରେ ଉପସ୍ଥିତ ଲୋକ ନିଶ୍ଚିୟ ଦେଖିଥାନ୍ତେ ବୋଳି ଟ୍ରମ୍ପଙ୍କ ଓକିଲ କହିଛନ୍ତି ।