‘ତଉ ତେ’ର ତାଣ୍ଡବ : ୬ମୃତ , ଗୁଜରାଟରେ ହାଇଆଲର୍ଟ

ବେଙ୍ଗାଲୁରୁ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ମହାବାତ୍ୟା ‘ତଉତେ’ର ତାଣ୍ଡବ ଯୋଗୁଁ କେରଳ, କର୍ଣ୍ଣାଟକ ଗୋଆ ଓ ଗୁଜୁରାଟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବ୍ୟାପନ କ୍ଷୟକ୍ଷତି ଘଟିଛି । ବହୁ ବଡ ବଡ ଗଛ ଓ ବିଦ୍ୟୁତ ଖୁଂଟ ଉପୁଡି ପଡିଛି । ଫଳରେ ବହୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଛିର୍ନ୍ନ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକରେ ପ୍ରବଳ ବର୍ଷାପବନ ଯୋଗୁ ୪ଜଣଙ୍କର ମୃତ୍ୟୁ ଘଟିିଛି । ସେହିପରି ୭୩ ଟି ଗାଁ ପ୍ରଭାବିତ ହୋଇଛି । କେରଳରେ ୨ଜଣଙ୍କର କାନ୍ଥ ଭୁଷୁଡି ମୃତ୍ୟୁ ଘଟିଥିଲା ବେଳେ ତାମିଲନାଡୁର ୯ଜଣ ମତ୍ସଜୀବି ଡଙ୍ଗା ଓଲଟି ପଡିବା ଯୋଗୁଁ ନିଖୋଜ ହୋଇଯାଇଥିବା କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତଉତେ ଏବେ ଗୋଆରୁ ୧୦୦କି.ମି, ମୁମ୍ବାଇରୁ ୪୨୦ କି.ମି ଏବଂ ଗୁଜୁରାଟର ଭେରାବଟୁ ଠାରୁ ୬୨୦ କି.ମି ଦୂରରେ ରହିଛି । ସମୁଦ୍ର ଭିତରେ ତଉତେ’ ଅତ୍ୟନ୍ତ ଭୟଙ୍କର ରୂପ ନେଇ ଘଂଟା ପ୍ରତି ୧୧କି.ମି ବେଗରେ ଗୁଜୁରାଟ ମୁହାଁ ହୋଇଛି । ଆସନ୍ତା ୧୮ତାରିଖ ଦିନ ସକାଳେ ଗୁଜୁରାଟରେ ପୋର ବନ୍ଦର ଓ ଭାବନଗର ମଧ୍ୟରେ ତଉତେ ଲ୍ୟଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ସତର୍କ କରାଇଦେଇଛି । ପରିସ୍ଥିତିର ମୁକାବିଲା ପାଇଁ ଗୁଜୁରାଟରେ ହାଇଆଲର୍ଟ ଜାରୀ କରାଯିବା ସହ ଉଦ୍ଧାର କାରୀମାନଙ୍କୁ ସଜାଗ ରଖାଯାଇଛି ।
ବାତ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ, ମହାରାଷ୍ଟ୍ର ଏବଂ ଡାମନ ଓ ଡିଉ ଏବଂ ଦାଦ୍ରାନଗର ହାଭେଳି ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଡକାଇଛନ୍ତି । ବାତ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ଶାହ ବୈଠକରେ ଆଲୋଚନା କରିବା ସହିତ ପ୍ରାକ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି ।
ଅନ୍ୟପଟେ ରବିବାର ବାତ୍ୟା ମୁମ୍ବାଇ ଦେଇ ଅତିକ୍ରମ କରିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିହନ ମୁମ୍ବାଇ ମହାନଗର ନିଗମ ଶତାଧିକ କରୋନା ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ହାଇଆଲର୍ଟ ଜାରି କରାଯାଇଛି । ମହାରାଷ୍ଟ୍ର, କେରଳ, ଏବଂ ଗୁଜୁରାଟ ଉପକୂଳ ଅଞ୍ଚଳରେ ୩ଦିନ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ସ୍ଥଳଭାଗ ଛୁଇଁଲେ ଘଂଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.

six + four =