ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଦକ୍ଷତା ବିକାଶ ଓ ଉଦ୍ୟୋଗୀ ପ୍ରତିଭା ବିକାଶ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହି ପର୍ଯ୍ୟାୟରେ କୋଭିଡ୍‍ ସମ୍ବନ୍ଧୀୟ ଦକ୍ଷତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ୮ ଲକ୍ଷ ବ୍ୟକ୍ତିଙ୍କୁ ତାଲିମ୍‍ ଦିଆଯିବ। ଏ ବାବଦରେ ୯୪୮ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୭୨୯ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ପ୍ୟାନେଲରେ ସ୍ଥାନ ପାଇଥିବା ଅଣ-ପିଏମକେକେ ତାଲିମ କେନ୍ଦ୍ର ଓ ୨୦୦ରୁ ଅଧିକ ଆଇଟିଆଇ ସ୍କିଲ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ କରିବେ। ଏହା ମାଧ୍ୟମରେ ଦକ୍ଷ ପେସାଦାରମାନଙ୍କୁ ସୃଷ୍ଟି କରାଯିବ। ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ଭିତ୍ତିକରି ମନ୍ତ୍ରଣାଳୟ ତୃତୀୟ ପର୍ଯ୍ୟାୟ ଯୋଜନାରେ ଅନେକ ନୂଆ ନୂଆ ବିଷୟକୁ ସ୍ଥାନ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜୁଲାଇ ୧୫ ତାରିଖରେ ସ୍କିଲ୍‍ ଇଣ୍ଡିଆ ମିଶନ୍‍ର ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.

seven + fourteen =