ଭୁବନେଶ୍ୱର- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଦାୟକଙ୍କୁ ପରାମର୍ଶ ଦେଇ କହିଛନ୍ତି ଆପଣଙ୍କ ଅଂଚଳରେ ଜେଇଇ ଓ ନିଟ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରୁନ୍ତୁ । ସେହିପରି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ତେଣୁ ଏଭଳି ସମୟରେ ଲୋକଙ୍କ ସହ ରହିବାକୁ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି । ଏତଦ୍ ବ୍ୟତିତ କରୋନା ମୁକାବିଲାରେ ନିୟୋଜିତ ଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ କାମକୁ ପ୍ରଂଶସା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଜେଡି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।