ଦିନକରେ ନେଲା ୪୫୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ତୃତୀୟ ଦିନପାଇଁ ମହାମାରୀ କରୋନାର ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ ୩ଲକ୍ଷ ତଳେ ଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଉଛି । ମହାମାରୀ କରୋନା ଏବେ ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଆଜି ୪୫୨୯ଜଣଙ୍କ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ସଂକ୍ରମଣ ପରଠାରୁ ଦେଶରେ ଏହା ସର୍ବାଧିକ ମୃତ୍ୟୁ ଘଟଣା ବୋଲି ଜଣାଯାଇଛି ।
ମଙ୍ଗଳବାର ଭଳି ବୁଧବାର ମଧ୍ୟ ସମଗ୍ର ସର୍ବାଧିକ କରୋନା ଜନିତ ମୃତ୍ୟୁ ଭାରତରେ ରେକର୍ଡ କରାଯାଇଛି । ଦିନକରେ ୪୫୨୯ ଜଣଙ୍କ ଜୀବନ ନେଇଛି କିଲର କରୋନା । ଭାରତରେ ପ୍ରବେଶ କରିବାକୁ ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଲୋକ କରୋନାରେ ପ୍ରାଣ ହରାଇ ନଥିଲେ । ପ୍ରତିଦିନ ଦେଶରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ଚିନ୍ତା ବଢି ଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଦିନକରେ ମୋଟ ୨,୬୭,୩୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଏହା ୨,୬୩,୨୮,୫୩୩ ଥିଲା । ତେଣୁ ସଂକ୍ରମିତଙ୍କ ସଂଖ୍ୟା ଆଜି ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି ।
ଦିନକରେ ୩,୮୯,୮୫୧ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୫୪,୯୬,୩୩୦ ବୃଦ୍ଧି ପାଇଛି । ସେହିପରି ଆରୋଗ୍ୟଙ୍କ ସଂଖ୍ୟା ୨,୧୯,୮୬,୩୬୩ରେ ପହଞ୍ଚି ଯାଇଛି ।
୪,୫୨୯ ଜଣ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଗତକାଲି ଏହା ୪,୩୨୯ ରହିଥିଲା । ଏହାର ଅର୍ଥ ଦୈନିକ ଏବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୮୩, ୨୪୮ ଛୁଇଁଛି । ଏବେ ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୩୨,୨୬,୭୧୯ ରହିଛି । ମଙ୍ଗଳବାର ସକାଳେ ଏହା ୩୩,୫୩,୭୬୫ ରହିଥିଲା । ଏଯାଏ ୧୮,୫୮,୦୯,୩୦୨ ଜଣ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ନେଇ ସାରିଲେଣି ।
ତାମିଲନାଡୁରେ ସର୍ବାଧିକ ୩୩,୦୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କେରଳରେ ୩୧,୩୩୭, କର୍ଣ୍ଣାଟକ୍‌ରେ ୩୦,୩୦୯, ମହାରାଷ୍ଟ୍ରରେ ୨୮,୪୩୮ ଓ ଆନ୍ଧ୍ର ପ୍ରଦେଶରେ ୨୧,୩୨୦ ଜର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହି ୫ ରାଜ୍ୟରେ ଦେଶର ମୋଟ ସଂକ୍ରମଣର ୫୪.୦୫% ଲୋକ ରହିଛନ୍ତି । କେବଳ ତାମିଲନାଡୁରେ ଏହି ସଂଖ୍ୟା ୧୨.୩୭% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୨୯୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ୫୨୫ ମୃତ୍ୟୁ ସହ କର୍ଣ୍ଣାଟକ ରହିଛି । ସେହିପରି ତାମିଲନାଡୁରେ ୩୬୪, ଛତିଶଗଡରେ ୧୫୩, ଆନ୍ଧ୍ରପ୍ରଦେଶରେ ୯୯, ଗୁଜରାଟରେ ୬୭, ପଶ୍ଚିମବଙ୍ଗରେ ୧୪୫, ରାଜସ୍ଥାନରେ ୧୪୬, ବିହାରରେ ୧୧୧, ମଣିପୁରରେ ୨୦, ଆସାମରେ ୭୩, ଉତରପ୍ରଦେଶରେ ୨୫୫, ହରିଆଣାରେ ୧୨୪ ଓ ପଞ୍ଜାବରେ ୨୩୧ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

14 − 7 =