ଦିଲ୍ଲୀରେ ଅକ୍ସିଜେନ୍ ଅଭାବରୁ ୨୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାସିକ୍ ସ୍ଥିତ ଜାକିର ହୁସେନ୍ ହସ୍ପିଟାଲ୍ରେ ଅମ୍ଳଜାନ୍ ଅଭାବରୁ ୨୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ୨୪ ଘଂଟା ନପୁରୂଣୁ ଦିଲ୍ଳୀର ‘ସାର୍ ଗଙ୍ଗାରାମ୍ ହସ୍ପିଟାଲ୍’ରେ ଆଜି ଅକ୍ସିଜେନ୍ ଅଭାବ ଯୋଗୁଁ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ୬୦ଜଣ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ହସ୍ପିଟାଲ୍ପକ୍ଷରୁ କୁହାଯାଇଛି । ଜାତୀୟ ରାଜଧାନୀରେ ‘ଅକ୍ସିଜେନ୍’ ନିଅଂଟ ଆତି ଉକôଟ ହୋଇ ପଡି ଥିବା ବେଳେ ଏଭଳି ଘଟଣା ଘଟିଛି । ବିଶେଷସୂତ୍ରରୁ ଜଣାପଡିଛି ଯେ, ଅମ୍ଳଜାନ (ଅକ୍ସିଜେନ୍) ଚାପ କମିଯିବାରୁ ରୋଗୀମାନଙ୍କର ମୃତ୍ୟୁ ଘଟିଥାଇ ପାରେ ।
ଗଚ୍ଛିତ ଥିବା ଅକ୍ସିଜେନ୍ ଆଉ ଦୁଇ ଘଂଟା ଯିବ । ଭେଂଟିଲେଟର୍ ଏବଂ ‘ବିଆଇପିଏପି’ ମେସିନ୍ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁନାହିଁ ବୋଲି ଡାକ୍ତରଖାନାର ଜଣେ ବରିÂ ଅଧିକାରୀ କହିଛନ୍ତି । ସଦ୍ୟତମ ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ‘ଏସ୍ଓଏସ୍’ ପଠାଇବା ପରେ ‘ସାର୍ ଗଙ୍ଗାରାମ ହସ୍ପିଟାଲ୍’ରେ ୫୦୦ରୁ ଅଧିକ କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ରୋଗୀ ଚିକିସôାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣଙ୍କର ପ୍ରଚୁର ଅକ୍ସିଜେନ୍ ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ଏବେ ଗୁରୁତର ଆକାର ଧାରଣ କରିଥିଲା ବେେଳେ ଗତକାଲି ଓଡିଶା ୭ଶହ ମେଟି୍ରକ୍ ଟନ୍ ଅକ୍ସିଜେନ୍ ପଠାଇଥିବା କୁହାଯାଇଛି ।

Leave A Reply

Your email address will not be published.

17 + seven =