ଦିଲ୍ଲୀରେ ଗଡିଲା ଚାଳକ ବିହୀନ ଟ୍ରେନ୍


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ୍ ଆଡକୁ ଅଗ୍ରସର ଏଥିରୁ ଜଣାପଡୁଛି । ଏବେ ଦିଲ୍ଲୀ ମେଟ୍ରୋ ‘ନ୍ୟାସ୍ନାଲ୍ କମନ୍ ମୋବିଲିଟି କାର୍ଡ’ରେ (ଏନ୍ସିଏମ୍ସି) ସଂଯୋଗ ହୋଇଛି । ଅଳ୍ପ କିଛି ବର୍ଷ ପୂର୍ବେ ସ୍ମାର୍ଟ ସିଷ୍ଟମ୍ ଉପରେ ବିଶେଷ ଧ୍ୟାନ ଦିଆଯାଉ ନଥିଲା । ଏଥିପ୍ରତି ଆଗ୍ରହ ନ ଥିବା କାରଣରୁ ନଗରୀକରଣ ଏବଂ ବୈଷୟିକ ବିକାଶ ମଧ୍ୟରେ ବ୍ୟାପକ ତାରତମ୍ୟ ଥିଲା । ଆମ ସରକାର ତାହାକୁ ପରିବର୍ତନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଜୀବନଯାତ୍ରା ସୁଗମ କରିବା ଉଦେ୍ଧଶ୍ୟ ପୂରଣ ନିମନ୍ତେ ନଗରୀକରଣକୁ ଏକ ସୁଯୋଗ ଭାବେ ବିଚାର କରାଯିବା ଉଚିତ୍ ।
ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ କହିବା ଅନୁସାରେ , ଏହି ସର୍ବାଧୁନିକ ଟ୍ରେନ୍ ସେବା ଆରମ୍ଭ ହେବା ସହ ବିଶ୍ୱରେ ଥିବା ୭% ଚାହଳକବିହୀନ ମେଟ୍ରୋ ନେଟ୍ୱାର୍କରେ ‘ଡିଏମ୍ଆର୍ସି’ ପ୍ରବେଶ କରିଛି । ସେହିଭଳି ‘ ଏନ୍ସିଏମ୍ସି’ (ୱାନ୍ ନେସନ୍ ୱାନ୍ କାର୍ଡ) ଦ୍ୱାରା ବ୍ୟବହାରକାରୀ ବସ୍ ଯାତ୍ରା ଦେୟ, ଟୋଲ ଟିକସ୍, ପାର୍କିଙ୍ଗ ଦେୟ, ଖାଇଟି ସାମଗ୍ରୀ କିଣା ବାବଦ ଖର୍ଚ୍ଚ ଏବଂ ନଗଦ ଟଙ୍କା ଉଠାଇ ପାରିବେ ।

Leave A Reply

Your email address will not be published.

2 + fifteen =