ଦିଲ୍ଲୀରେ ପ୍ରବଳ ବର୍ଷା: ଜନଜୀବନ ଅତ୍ୟବସ୍ତ


ନୂଆଦିଲ୍ଲୀ- ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡିଛି । ରାସ୍ତାରେ ପାଣି ଜମି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଟ୍ରାଫିକ ଜାମ ପରିସ୍ଥିତି ଦେଖିଦେଇଛି । ଯାହାଫଳରେ ଲୋକେ ଘଂଟାଘଂଟା ଧରି ରାସ୍ତାରେ ଫସି ରହିଛନ୍ତି । ଅଘଟଣକୁ ଏଡାଇବା ପାଇଁ ଓଭରବ୍ରିଜି ତଳ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଦିଲ୍ଲୀର କେତେକ ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଭ ବିଭାଗ ସର୍ତକ ସୂଚନା ଜାରି କରିଛି ।

Leave A Reply

Your email address will not be published.

4 × four =