ଦିଲ୍ଲୀ ପୋଷାକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରତାପନଗରସ୍ଥିତ ଏକ ପୋଷାକ କଳକାରଖାନାରେ ଆଜି ସକାଳ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୁବ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଛନ୍ତି। ଏହାସହ ସେଠାରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। କଳକାଖାନା ଭିତରୁ ଏକ ମୃତଦେହ ଜବତ କରାଯାଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ନିଜ କାମ ଜାରି ରଖିଛନ୍ତି।
ଜଣେ ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁଯାୟୀ, ଉକ୍ତ ସ୍ଥାନରୁ ସଭିଁଙ୍କୁ ଉଦ୍ଧାର କରାଯାଇସାରିଛି। ଜଣେ ,୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହାସହ ଉଦ୍ଧାର ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ସିଲିଣ୍ଡର ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି।

Leave A Reply

Your email address will not be published.

19 + 16 =