ନୂଆଦିଲ୍ଲୀ- ଫୁସଫୁସ ଓ କୀଡନ ଜନିତ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଦିଲ୍ଲୀ ଫାର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପାସୱାନଙ୍କ ବିିଭିନ୍ନ ପ୍ରକାର ସମସ୍ୟା ରହିଛି । ତାଙ୍କ ହାର୍ଟ ଠିକ ଭାବେ କାମ କରୁନାହିଁ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆରମ୍ଭରୁ ତାଙ୍କର ହାର୍ଟ ସମସ୍ୟା ଥିଲା । ୨୦୧୭ରେ ସେ ହାର୍ଟ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ । ରାମବିଳାସ ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ମନ୍ତ୍ରୀ ଅଛନ୍ତି । ଏତଦ୍ ବ୍ୟତୀତ ସେ ବିହାର ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଅଛନ୍ତି ।