ଦିଲ୍ଲୀ ସରକାରଙ୍କ ବଡ ଘୋଷଣା:୨ ମାସ ମାଗଣା ରାସନ

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ପୁରା କବଳିତ ଦିଲ୍ଲୀ କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ମେଡିସିନ୍ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟସରକାରଙ୍କ ପାଖରୁ ଅନେକ କ୍ଷମତା କାଢ଼ି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶୃତିବଦ୍ଧ ଦିଲ୍ଲୀ ସରକାର । କରୋନା କାଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଏହି ସମୟରେ ଲୋକଙ୍କ ସାହାଯ୍ୟର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନେକ ସହାୟତା ଯୋଜନା ଘୋଷଣା କରୁଛନ୍ତି । କେନ୍ଦ୍ର ସରକାର ୨ ମାସର ମାଗଣା ରାସନ ଘୋଷଣା କରିଥିବା ବେଳେ ଦିଲ୍ଲୀ ସରକାର ଦିଲ୍ଲୀର ୭୨ ଲକ୍ଷ ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ୨ ମାସର ରାସନ ଦେବାକୁ ଘୋଷଣା କରିଛନ୍ତି । ଏହସହ ଦିଲ୍ଲୀରେ ଯେତେ ଅଟୋ ଓ ଟ୍ୟାକ୍ସି ଚାଳକ ଅଛନ୍ତି ସମସ୍ତଙ୍କ ବ୍ୟାଙ୍କ ଆକାଉଂଟକୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି । କହିରଖୁ କି ଗତବର୍ଷ ବି ଲକ୍‌ଡାଉନ୍ ସମୟରେ ଦିଲ୍ଲୀ ସରକାର ରାଜ୍ୟର ୧,୫୬,୦୦୦ ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ସହାୟତା ମିଳିଥିଲା । ଏହି ଘୋଷଣା ବେଳେ କେଜ୍ରିୱାଲ କହିଛନ୍ତି କି ଦିଲ୍ଲୀରେ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଲକ୍‌ଡାଉନ୍ ଫଳରେ କରୋନା ଚେନ ଭାଙ୍ଗିବ ଓ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ସରକାର ଆଶା କରୁଛନ୍ତି । ହେଲେ ଲକ୍‌ଡାଉନ୍ ବେଳେ ସେହି ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯେଉଁମାନଙ୍କ ପରିବାର ଦୈନିକ ରୋଜଗାର ଉପରେ ନର୍ଭର କରେ । ତେଣୁ ସେମାନାଙ୍କ ଦୈନିକ ରୋଜଗାର ଯେତେବେଳେ ବନ୍ଦ ହୋଇଯାଇଛି ସେମାନଙ୍କୁ ସହାୟତା ଯୋଗାଇବା ସରକାରଙ୍କ ଦାୟିତ୍ୱ ।

Leave A Reply

Your email address will not be published.

1 × two =