ନୟାଗଡ- କରୋନା ସଂକ୍ରମଣଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ଯୋଗୁଁ ନୟାଗଡ ଜିଲ୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇଦିନ ବନ୍ଦ ରହିବ । ଏହି ସମୟରେ ସହରକୁ ସଂପୂର୍ଣ୍ଣ ରୂପେ ବିଶୋଧନ କରାଯିବ । ନୟାଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୯୪କୁ ବୃଦ୍ଧି ପାଇଥିବା ବେଳେ ୩୮୭୭ ଆରୋଗ୍ୟଲାଭ କରିଛନ୍ତି ଓ ୫୪୯ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ୍ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।