ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ


ଭୁବନେଶ୍ୱର- ଓଡିଶା କ୍ୟାଡର ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି । ୨୦୧୫ ମସିହା ମେ ମାସରୁ ସିବିଆଇ ଯୁଗ୍ମ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିଦ୍ଧତୀୟ ବାଟାଲିୟନ ପୋଲିସର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି । ୨୦୨୨ ମେ ୭ ତାରିଖ ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ । ସେ ୭ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଡେପୁଟିସନରେ ରହିବେ ବୋଳି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେହିପରି ୧୯୯୫ ବ୍ୟାଚର ରାଜ୍ୟ ଭଜିଲାନ୍ସ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିବା ଆଇପିଏସ୍ ପଦ୍ମାକର ଏସ୍ ରଣପିସେଙ୍କୁ ସିଆରପିଏଫ ଆଇଜି ଭାବେ ନିଯୁକ୍ତି ମିଳିଛି । ସେ କେନ୍ଦ୍ରସରକାରଙ୍କ ଅଧିନରେ ୫ ବର୍ଷ ଡେପୁଟିସନରେ କାର୍ଯ୍ୟ କରିବେ । ଶ୍ରୀ ରଣପିସେଙ୍କୁ ତୁରନ୍ତ ରିଲିଭ କରିବାକୁ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିଠି ଲେଖି ଜଣାଇଛନ୍ତି । ୨୦୨୦ ଜାନୁୟାରୀ ମାସରେ ରଣପିସେଙ୍କୁ ରାଜ୍ୟ ଭିଜିଲାନ୍ସ ଏଡିଜି ଭାବେ ନିଯୁକ୍ତି ମିଳିଥିଲା ।

Leave A Reply

Your email address will not be published.

sixteen − 9 =