ଦୁର୍ଗାପୂଜା ପାଇଁ ଜାରି ହେଲା ଗାଇଡଲାଇନ


କଟକ- କଟକରେ ଦୁର୍ଗାପୂଜା ପାଇଁ ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜର କମିଟିର ଆଲୋଚନା ହୋଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ ଦୁର୍ଗାପୂଜା କରିବାକୁ ନିଷ୍ପତି ହୋଇଛି । ପୂଜା ମଣ୍ଡପରେ ପରଦା ଢଙ୍କାଯିବ । ଭସାଣ ଯାତ୍ରା ହେବନି , କେବଳ ମୂର୍ତି ବିସର୍ଜନ ହେବ ବୋଲି ଆଲୋଚନାରେ ପୂଜା କିମଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଥିସହ ଭସାଣ ୪ ଦିନ କରାଯିବ । ଭସାଣ ପାଇଁ ସହରର ବିଭିନ୍ନ କୃତିମ ଜାଗାରେ ପୋଖରୀ ହେବ । ତେବେ ମୂର୍ତିର ଉଚ୍ଚତା କେତେ ରହିବ ପ୍ରଶାସନ ୩ ଦିନ ମଧ୍ୟରେ ଜଣାଇବେ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି । ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

2 − 1 =