ଦୁର୍ନୀତି ଓ ଅପାରଗତା ପାଇଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଉକ୍ତ ୬ ଅଧିକାରୀଙ୍କୁ ଅବସର ଦିଆଯାଇଛି ବୋଲି ଜଣାପଡ଼ିଛି। ଅପାରଗତା ଓ ଅସାଧୁ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ସରକାର। ଅବସର ଦିଆଯାଇଥିବା ୬ ଅଧିକାରୀଙ୍କ ମଧ୍ୟରେ ୪ ଇଞ୍ଜିନିୟର ଏବଂ ୨ ଅବକରୀ ବିଭାଗର ଅଧିକାରୀ ଅଛନ୍ତି।

୬ ଅବସର ପାଇଥିବା ଅଧିକାରୀ ହେଲେ:

୧- କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା

୨- କଟକ R&B କ୍ବାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ

୩- କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡା

୪- ଭୁବନେଶ୍ବର R&B ସହକାରୀ ଯନ୍ତ୍ରୀ ଗଣେଶ୍ବର ସେଠୀ

୫- ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ୍ ଜୟଦୀପ ପଟ୍ଟନାୟକ

୬- ସୁନ୍ଦରଗଡ଼ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ

Leave A Reply

Your email address will not be published.

seventeen − 4 =