ଦେଶବ୍ୟାପୀ ଚକାଜାମ ଶାନ୍ତିପୂର୍ଣ୍ଣ


ନୂୁଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ୍କୁ ବିରୋଧ କରି ଆଜି ଆନେ୍ଦାଳନ ଗତ ଚାଷୀ ସଂଗଠନ ଗୁଡିକର ୩ଘଂଟିଆ ଚକା ଜାମ୍ ଯୋଗୁଁ ରାଜଧାନୀ ଦିଲ୍ଲୀ ସହର ବ୍ୟତୀତ ଏନସିଆର ଏବଂ ଉତର ଭାରତର ବିଭିନ୍ନ ରାଜ୍ୟରେ ଯାନ ବାହାନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ତେବେ କୌଣସି ଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିନାହିଁ ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ପାଳିତ ହୋଇଛି । ଚାଷୀଙ୍କ ଚକାଜାମ୍ ଡାକରାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସମଗ୍ର ସହରରେ ଦିଲ୍ଲୀରେ ୫୦ ହଜାରରୁ ଉଦ୍ଧ୍ୱର୍ ସିଆରପିଏଫ, ପୋଲିସଙ୍କୁମୁତୟନ କରାଯାଇଛି । ଅନ୍ୟପକ୍ଷରେ ଗାଜିପୁର ସୀମାରେ ପୋଲିସ ୧୨ ଥାକିଆ ବ୍ୟାରିକେଡ୍ କରିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା, ଜାମା ମସଜିଦ ସମେତ ୧୦ଟି ମେଟ୍ରୋ ଷ୍ଟେସନ୍କୁ ବନ୍ଦ ରଖାଯାଇଛି । ଡୋ୍ରନ ସାହାର୍ଯ୍ୟରେ ପୁରା ଦିଲ୍ଲୀ ଏବଂ ବିଭିନ୍ନ ସୀମରେ ନଜର ରଖାଯାଇଛି । ଏଥିସହ ୫୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଲାଲକିଲ୍ଲାରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲା , ତାର ଯେପରି ପୁନରାବୃତି ନ ହୁଏ, ତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଚକାଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍ ଆଦିକୁ ଅଟକା ଯିବ ନାହିଁ ବୋଲି ସଂପୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି ।
ପଞ୍ଜାମ ଓ ହରିଆଣାରର କୃଷକମାନେ ଚକା ଜାମ୍’ ସମୟୈର ରାଜ୍ୟରେ ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥକୁ ବନ୍ଦ କରିଛନ୍ତି । ଗାଜିପୁର ଆନେ୍ଦାଳନସ୍ଥଳୀରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ସେହିପରି ଆନେ୍ଦାଳନକାରୀମାନେ ସାହାଜାନପୁର ସୀମା (ରାଜସ୍ଥାନ-ହରିଆଣା)ରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଅନ୍ୟପକ୍ଷରେ ବେଙ୍ଗାଲୁରର ୟେହ୍ଲେଙ୍କା ପୋଲିସ୍ ଷ୍ଟେସନ୍ ସମ୍ମୁଖରେ ‘ଚକା ଜାମ୍’ ଡାକରା ଦେଇ ଆନେ୍ଦାଳନ କରୁଥିବା ଚାଷୀମାନଙ୍କୁ ବେଙ୍ଗାଲୁର ପୋଲିସ ଅଟକ ରଖିଛି । ଜାମ୍ମୁ-ପଠାନକୋଟ୍ ରାଜପଥରେ କୃଷକମାନେ ଏକତ୍ରିତ ହୋଇ ଦେଶବ୍ୟାପୀ ‘ଚକା-ଜାମ୍’ରେ ନିଜକୁ ସାମିଲ୍ କରିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ମିଳିତ କୃଷକ ସଂଗଠନ ପକ୍ଷରୁ ଚକାଜାମ ଆନେ୍ଦାଳନ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ସଂଗଠନ ପକ୍ଷରୁ ଚକା କରାଯାଇଥିଲେ ମଧ୍ୟ ଏହା ପ୍ରଭାବହୀନ ହୋଇଥିବା କୁହାଯାଇଛି । ଭୁବନେଶ୍ୱରରେ ବିଭିନ୍ନ ରାସ୍ତା ଓ ଜାତୀୟ ରାଜପଥରେ ଆନେ୍ଦାଳନକାରୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଦିର୍ଘ ସମୟପାଇଁ ଯାନ ବାହନ ଚଳାଚଳ ବାଧ୍ୟାପ୍ରାପ୍ତ ହୋଇଥିଲା । କେତେକ ସ୍ଥାନରେ ରାସ୍ତା ଅବରୋଧ କାରୀଙ୍କୁ ପୋଲିସ ଗିରଫ କରିଥିଲା । ତେବେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଚକାଜାମ ଆନେ୍ଦାଳନ ସମ୍ପର୍ଣ୍ଣ ହୋଇଛି । ଅପରାହ୍ନ ୩ଟା ପରେ ଯାନ ବହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.

two × 3 =