ଦେଶରେ କମୁଛି, ରାଜ୍ୟରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ କଟକଣା ଏବଂ ସଚେତନତା ସତ୍ୱେ ମହାମାରୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଆଜି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ରାଜ୍ୟରେ ଆଜି ଦିନକରେ ୧୨୮୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ଘଟିଛି ।
େଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭୪, ବାଲେଶ୍ୱରରୁ ୫୦୮ ଜଣ, ବରଗଡରୁ ୪୬୧ ଜଣ, ଭଦ୍ରକରୁ ୧୫୧, ବଲାଙ୍ଗୀରରୁ ୨୭୪, ବୌର୍ଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ଜଣ, ଗଞ୍ଜାମରୁ ୩୪୦ଜଣ, ଗଜତସିଂହପୁରରୁ ୩୦୦ଜଣ, ଯାଜପୁରରୁ ୩୩୭, ଝାରସୁଗୁଡାରୁ ୩୯୯, କଳାହାଣ୍ଡିରୁ ୬୬୮, କନ୍ଧମାଳରୁ ୧୦୪, କେନ୍ଦ୍ରାପଡାରୁ ୨୮୫, କେଉଁଝରରୁ ୧୮୦ଜଣ, ଖୋର୍ଦ୍ଧାରୁ ୧୯୦୯ ଜଣ, କୋରାପୁଟରୁ ୨୭୨, ମାଲକାନଗିରିରୁ ୧୧୪, ମୟୁରଭଞ୍ଜରୁ ୫୮୬, ନବରଙ୍ଗପୁରରୁ ୩୪୪, ନୟାଗଡରୁ ୩୩୧, ନୂଆପଡାରୁ ୭୦, ପୁରୀରୁ ୪୭୨, ରାୟଗଡାରୁ ୧୯୮, ସମ୍ବଲପୁରରୁ ୩୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ସୋନପୁରରୁ ୫୫ଜଣ, ସୁନ୍ଦରଗଡରୁ ୮୪୮, ଷ୍ଟେଟ ପୁଲ୍‌ରୁ ୩୩୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ୧କୋଟି ୧୩ ଲକ୍ଷ ୮ହଜାର ୫୬୪ ଟେଷ୍ଟିଂ ହୋଇଥିବାବେଳେ ୬୯୧୩୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫୬୭୯୮୩ ଜଣ ସୁସ୍ଥ ହୋଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି । ୧୧ଟି ଜିଲ୍ଲାରୁ ଏହି ୨୯ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ମହିଳା । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାରୁ ୪ଜଣ ଲେଖାଁଏ ଜୀବନ ଯାଇଥିବା ବେଳେ ଅନୁଗୋଳ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାୟଗଡା, ପୁରୀ ଓ ନବରଙ୍ଗପୁରରୁ ୨ଜଣ ଲେଖାଁଏ ପ୍ରାଣ ହରାଇଥିବା ବେଳେ ଗଜପତି, ଗଞ୍ଜାମ ଓ ନୂଆପଡା ଜିଲ୍ଳାରୁ ଜଣେ ଲେଖାଁଏଙ୍କ ମୃତ୍ୟୁ ଘଟିଛି । ଆଉ ୫ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଳାରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୪୩୫କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ । ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୪୭, ଗଞ୍ଜାମୈର ୨୭୩, କଳାହାଣ୍ଡିରେ ୮୬, କେନ୍ଦ୍ରାପଡାରେ ୩୮, ନବରଙ୍ଗପୁରରେ ୧୯, ନୂଆପଡାରେ ୫୨, ପୁରୀରେ ୧୫୧, ରାୟଗଡାରେ ୯୭ ଓ ସୁନ୍ଦରଗଡରେ ୨୪୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

12 − seven =