ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ଗତ ୩ଦିନ ଧରି ଦେଶରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ଦିନକରେ ୩,୧୧,୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪.୦୭୭ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୬,୮୪,୦୭୭ ରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୨,୭୦,୨୮୪ରେ ପହଞ୍ଚିଛି ।
ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, ଗୁଜୁରାଟ, ଦିଲ୍ଲୀ, ହରିୟାନା, ତେଲେଙ୍ଗାନା, ଉତରପ୍ରଦେଶ, ତାମିଲନାଡୁ ଓ କେରଳରେ ଦୈନିଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା ବେଳେ ଅନ୍ୟକେତେକ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ତେବେଦେଶରେ ଦୈନିକ ମୃତକଙ୍କ ସଂଖ୍ୟା ୪ହଜାର ଉପରେ ରହିଛି । ବିଶେଷ କରି ହସ୍ପିଟାଲ ଗୁଡିକରେ ଶଯ୍ୟାଅଭାବ, ଅକ୍ସିଜେନ୍ ଅଭାବ ଯୋଗୁଁ ଅଧିକାଂଶ ରୋଗୀ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଥିବା ବେଳେ କରୋନା ସହ ଅନ୍ୟ ରୋଗରେ ପୀଡିତ ରୋଗୀଙ୍କର ମଧ୍ୟ ଜୀବନ ଯାଉଛି । ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଏବେ ଚିନ୍ତାର କାରଣ ହୋଇଛି । ଦେଶରେ ସଂକ୍ରମଣ ଶୀର୍ଷରେ ପହଞ୍ଚି ସାରିଥିବା ନେଇ କେତେକ ବିଦେଶୀ ସଂସ୍ଥାର ଆକଳନ ଏବେ ସତ୍ୟରେ ପରିଣତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ସଂକ୍ରମଣ ହ୍ରାସ ପାଇବା ଆଶ୍ୱସ୍ତିର କାରଣ ହୋଇଛି ।
ସେହିଭଳି ଦିନକ ମଧ୍ୟରେ ୩,୬୨,୪୩୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୭,୯୫,୩୩୫ରେ ପହଞ୍ଚିଛି ।
ଫଳରେ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬,୧୮,୪୫୮ । ଗତକାଲି ସମୁଦାୟ ୧୮,୨୨,୨୦,୧୬୪ ଜଣ ହିତାଧିକାରୀଙ୍କୁ ଯିକା ଦିଆଯାଇଛି ।
ଆଇସିଏମ୍‌ଆର୍ କହିବା ଅନୁସାରେ ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୫ ତାରିଖ ସୁଦ୍ଧା ସମୁଦାୟ ୩୧,୪୮,୫୦,୧୪୩ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୩୨,୯୫୦ଟି ନମୁନା ।

Leave A Reply

Your email address will not be published.

17 − 11 =