ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪%

ନୂଆଦିଲ୍ଲୀ: ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ଘଂଟା ମଧ୍ୟରେ ୩୭ହଜାର ୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା ୯୨ଲକ୍ଷ ୫୩ହଜାର ୩୦୬ରେ ପହଂଚିଛି ।ସେହିପରି ଗତ ୨୪ଘଂଟା ଭିତରେ ୩୧ହଜାର ୫୨୨ଜଣ ଲୋକ କୋଭିଡରେ ସଂକ୍ରମିତ ହେବା ସହ ଦେଶରେ ମୋଟ ସଂକ୍ରମଣ ୯୭ଲକ୍ଷ ୬୭ହଜାର ୩୭୨ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଜତ ୨୪ଘଂଟା ମଧ୍ୟରେ ୪୧୨ ଜଣଙ୍କ ମୃତୁ୍ୟ ଘଟିଥିବାର ରିପୋର୍ଟ ମିଳିଛି । ଏଥିସହିତ କୋଭିଡ ଜନିତ ମୃତୁ୍ୟ ଘଟିଥିବାର ରିପୋର୍ଟ ମିଳିଛି ।ଏଥିସହିତ କୋଭିଡ ଜନିତ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୪୧ହଜାର ୭୭୨ରେ ପହଂଚିଛି । ଦେଶରେ ୩ଲକ୍ଷ ୭୨ ହଜାର ୨୯୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ନମୂନା ପରୀକ୍ଷାରେ ମଧ୍ୟ ଭାରତ ଅଦ୍ଭୂତପୂର୍ବ ସଳତା ହାସଲ କରିଛି । ଦେଶ ଦୈନିକ ୧୫ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରିବାର ସାମର୍ଥ୍ୟ ହାସଲ କରାଯାଇଛି ଗତ ୨୪ଘଂଟା ମଧ୍ୟରେ ୯ଲକ୍ଷ ୨୨ ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି । ତେବେ ଏନେଇ ମନ୍ତ୍ରାଳୟ କହିଛି ଗତ ୧୦ ଦିନ ଭିତରେ ୧କୋଟିରୁ ଅଧିକ ନମୂନା ପରୀକ୍ଷା କରାଯାଇ ସାରିଛି । ଦେଶରେ ଅଧିକ ନମୂନା ପରୀକ୍ଷା ଯୋଗୁ ସଂକ୍ରମିତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଫଳରେ ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୩ଲକ୍ଷ ୭୨ହଜାର ୨୯୩ ରହିଛି ଯାହା ମୋଟ ସଂକ୍ରମଣର ୩.୮୧ ପ୍ରତିଶତ ।

Leave A Reply

Your email address will not be published.

5 − one =