ନୁଆଦିଲ୍ଲୀ: ଗତ ୨୪ ଘଂଟା ମଧ୍ୟରେ ଭାରତରେ ୩ଲକ୍ଷ ୨୩ ହଜାର ୧୪୪ଜଣ ନୁୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ସେହି ସମୟରେ ୨୭୭୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଦେଶରେ କ୍ରମାଗତ ଷଷ୍ଠ ଦିନ ପାଇଁ ନୁଆ ସଂକ୍ରମଣ ସଂଖ୍ୟା ୩ଲକ୍ଷ ଉପରେ ରହିଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୬ କୋଟିରୁ ଅଧିକ ହୋଇଛି । ସେହିଭଳି ମୃତକଙ୍କ ସଂଖ୍ୟା ୧,୯୭,୮୯୪ କୁ ବୃଦ୍ଧି ପାଇଛି । ଗତ କାଲି ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୪୮,୭୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିରେ ପୁର୍ବାପେକ୍ଷା ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ମହାରାଷ୍ଟ୍ର ସହିତ କେରଳ, କର୍ଣ୍ଣାଟକ, ଉତରପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀ ଆଦି ସ୍ଥାନରୁ ସର୍ବଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋସବାର ଦିନ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମ୍ମରେ ଦିଲ୍ଲୀରୁ ୨୦,୨୦୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କୋଭିଡ ପରିକ୍ଷା ସଂଖ୍ୟା ହ୍ରାସ ପାଇଥିବାରୁ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା କମ୍ ରହୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।