ନୂଆଦିଲ୍ଲୀ-  ଦେଶରେ ଦୈନିକ ୫୦ ହଜାର ପାର କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ୫୫,୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୦୨,୭୪କୁ ବୃଦ୍ଧି ପାଇଛି ବୋଲି  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୧୯,୭୭,୭୮୦ଜଣ ସୁସ୍ଥ  ହୋଇଥିବା ବେଳେ ୫୧,୭୯୭ ଜଣଙ୍କ ମୃତ୍ୟୁ ହୋଇଛି ।  ବର୍ତମାନ ସୁଦ୍ଧା  ୬,୭୩,୧୬୬ ସକ୍ରିୟ ମାମଲା ରହିଛି ।  ଦେଶରେ  ପ୍ରତ୍ୟେକ ଦିନ ୫୫  ହଜାରରୁ ଅଧିକ ଲୋକ ସୁସ୍ଥ  ହେଉଥିବା ବେଳେ  ଆରୋଗ୍ୟ ହାର ୭୩,୧୭% କୁ ବୃଦ୍ଧି ପାଇଛି । ଅଜି ୫୭,୯୮୧ ଜଣ  ସୁସ୍ଥ ହୋଇଛନ୍ତି ।