ଦେଶରେ ଟିକା ନେଲେଣି ୨୩.୧୩ କୋଟିରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୨୩କୋଟିରୁ ଅଧିକ କୋଭିଡ ଟିକାକରଣ କରି ଭାରତ ଆଉ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଏ ପର୍ଯ୍ୟନ୍ତ ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ପାନ ଟିକା ଦିଆଯାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ଗୋଟିଏ ଦିନରେ ୩୩ ଲକ୍ଷ ୫୩ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି । ସେଥିମଧ୍ୟରୁ ୨୮ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୨ ଲକ୍ଷ ୪୯ହଜାରରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି । ସେହିପରି ୧୮ରୁ ୪୪ବର୍ଷ ବୟସ ବର୍ଗର ୧୬ଲକ୍ଷ ୧୯ହଜାର ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୪୧ ହଜାରରୁ ଅଧିକ ହିତାଧିକାରୀ ଦ୍ୱିତୀୟ ପାନ ଟିକା ନେଇଛନ୍ତି । ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଙ୍କୁ ୩୩.୫%, ୪୫-୬୦ ବର୍ଷ ବୟସ୍କ ଙ୍କୁ ୪୨.୧% ଓ ୧୮-୪୪ ବର୍ଷ ବୟସ୍କ ଙ୍କୁ ୨୪.୪% ଟିକାଦାନ କରାଯାଇଛି ।
ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ଦିନଠାରୁ ୩୭ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ୨ କୋଟି ୭୬ ଲକ୍ଷରୁ ଅଧିକ ଏହି ବର୍ଗର ହିତାଧିକାରୀ ଟିକାନେଇଛନ୍ତି । ମନ୍ତ୍ରଣାଳୟ କହିଛି, ବିହାର, ଦିଲ୍ଳୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୮ରୁ ୪୪ବୟସ ବର୍ଗର ୧୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

16 − 3 =