ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତିୟ ଲହର ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗିବା ସହ ସକ୍ରମଣ ମାଡିଚାଲିଛି । ଆଜି ଦିନକରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ସେହିଭଳି କରୋନାରେ ୩୪୯୮ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୬୬,୧୫୯, କର୍ଣ୍ଣାଟକ ୩୯,୦୪୭, କେରଳ ୩୮,୬୦୭, ଉତରପ୍ରଦେଶ ୩୫, ୧୫୬, ଏବଂ ଦିଲ୍ଲୀରୁ ୨୪,୨୩୫, ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗତ ପ୍ରାୟ ଏକ ସପ୍ତାହ ଧରି ଦେଶରେ ଦୈନିକ ୩ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୭,୬୨,୯୭୬କୁ ବୃଦ୍ଧି ପାଇଛି । ସେହିଭଳି କରୋନା ଜନିତ ମୃତୁ୍ୟ ସଂଖ୍ୟା ୨,୦୮,୩୩୦ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧, ୫୩ଳ ୮୪,୪୧୮ ଜଣ ଆରୋଗ୍ୟଲାଭ କରିସାରିଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୦,୨୨୮ ରହିଛି ।
ଦେଶର ୬ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଯଥା ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୩୯, ୫୫୩, କେରଳ ୧,୫୩୩,୯୮୪, କର୍ଣ୍ଣାଟକ ୧,୪୩୯,୮୨୨, ଉତରପ୍ରଦେଶ ୧,୨୧୭,୯୫୫, ତାମିଲନାଡୁ ୧,୦୮୧,୯୮୮ ଏବଂ ଦିଲ୍ଲୀରେ ୧,୦୪୭,୯୧୬ରେ ପହଞ୍ଚିଛି ।