ଦେଶରେ ଲକ୍ଡାଉନ୍ ହେଲେ ୨% ଖସିବ ଜିଡିପି

ମୁମ୍ବଇ: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ର କରିବା ଲାଗି ଯଦି କେନ୍ଦ୍ର ସରକାର ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଲାଗୁ କରନ୍ତି, ତେବେ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ)୨ ପ୍ରତିଶତ ଖସିଯିବ ବୋଲି ଆମେରିକାର ଏକ ବ୍ରୋକରେଜ କମ୍ପାନୀ ବୋଫା ସିକୁ୍ୟରିଟିଜ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛିକିନ୍ତୁ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରାଯିବାର କୌଣସି ସମ୍ଭାବନା ନ ଥିବା ଜଣାପଡିଛି । କାରଣ କେନ୍ଦ୍ର ସରକାର ଲକ୍ଡାଉନ୍ ନିଷ୍ପତି ରାଜ୍ୟ ସରକାରମାନଙ୍କ ଉପରେ ଛାଡ଼ି ଦେଇଛନ୍ତି । ବିଭିନ୍ନ ରାଜ୍ୟ ଇତି ମଧ୍ୟରେ ଲକ୍ଡାଉନ, ସଟ୍ଡାଉନ୍, ରାତ୍ରୀ କର୍ଫୁ୍ୟ ଲାଗୁ କରିସାରିଲେଣି ।
ବୋଫା ସିକୁ୍ୟରିଟିଜ ପକ୍ଷରୁ କୁହାଯାଇଛିଳ ଯେ, ଭାରତରେ ଏକ ମାସ ପୂର୍ବରୁ କୋଭିଡର ଦୈନିକ ସଂକ୍ରମଣ ୩୫ ହଜାର ଥିଲା, ଯାହା ଏବେ ୭ ଗୁଣା ବୃଦ୍ଧି ପାଇ ୨.୭୦ ଲକ୍ଷରୁ ଅଧିକ ହୋଇଛି । ରିପୋର୍ଟ ଅନୁସାରେ, କୋଭିଡ-୧୯ର ୨ୟ ଲହର୍ ଜାତୀୟ ସ୍ତରୀୟ ଲକ୍ଡାଉନ୍ ବିନା ସମାପ୍ତ ହେଉଛି କି ନାହିଁ ତାହା ଦେଖିବା ବାକି ରହିଛି । କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଯଦି ଏକ ମାସ ପାଇଁ ଲକ୍ଡାଉନ୍ ଲାଗୁ କରାଯାଏ, ତେବେ ଜିଡିପି ୧ରୁ ୨ ପ୍ରତିଶତ ହ୍ରାସ ପାଇପାରେ ବୋଲି ସଂସ୍ଥାର ବିଶ୍ଳେଷକମାନେ କହିଛନ୍ତି । ଆହୁରି କୁହାଯାଇଛି ଯେ, ଉଚ୍ଚ ଅର୍ଥନୈତିକ ମୂଲ୍ୟକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ, କରୋନାକୁ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ନିୟମାବଳୀ ଯେପରି କି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦିକୁ କଡ଼ାପଡ଼ି ଭାବେ ପାଳନ କରିବା ଦରକାର । ରାତ୍ର କର୍ଫୁ୍ୟ ଏବ ଲକ୍ଡାଉନ୍ ଏହାକୁ ରୋକିବାରେ ସହାୟକ ହେବ ।
ସୂଚନାଯୋଗ୍ୟ ଯେ, ମହାମାରୀ କରୋନାର ପ୍ରଥମ ଲହରକୁ ନିୟନ୍ତ୍ରଣ କରିବା ଲାଗି ଗତ ବର୍ଷ ମାର୍ଚ୍ଚ ମାସ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୬୮ ଦିନିଆ କଠୋର ଲକ୍ଡାଉନ୍ ଲଗୁ କରିଥିଲେ । ଲକ୍ଡାଉନ୍ ଯୋଗୁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ଥ ହେବା ସଂଗେସଂଗେ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଥିଲା । ପ୍ରବାସୀ ଶ୍ରମିକ ମାନେ ନାହିଁ ନଥିବା ଦୁର୍ଦଶା ସମୁକ୍ଷିନ ହୋଇଥିଲା । ସେତେବେଳର ପରିସ୍ଥ୍ିତକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏବେ ଦେଶବ୍ୟାପି ଲକ୍ଡାଉନ୍ ସପକ୍ଷରେ ନାହାନ୍ତି ।

Leave A Reply

Your email address will not be published.

five × one =