ନୂଆଦିଲ୍ଲୀ: ଦେଶରେ ଲଗାତାର କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ତକଳୁ ରହିଛି । ୨୪ ଘଣ୍ଟାରେ ଆଉ ୯୧,୭୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୨,୭୪,୮୨୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୪୦୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୬୩,୦୭୯ରେ ପହଞ୍ଚିଛି । ଦିନକରେ ଆଉ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୭୭,୯୦,୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧,୨୧,୬୭୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ୨୪,୬୦,୮୫,୬୪୯ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।