ଦେଶରେ ସଂକ୍ରମଣ ସାଢେ ୩ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ମହାମାରୀ ବ୍ୟାପିବା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିଲା ବେଳେ ଆଜି ଦିନକରେ ୩ଲକ୍ଷ ୪୯ ହଜାର ଅତିକ୍ରମ କରି ପୁଣି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଆଜି ଦିନକରେ ୩,୪୯,୬୯୧ ନୂତନ ସଂକ୍ରମିତ ହୋଇଥିଲା ବେଳେ ୨,୭୬୭ଜଣଙ୍କର ମୃତୁ୍ୟ ଘଟିଛି । ଦେଶରେ ସମୁଦାୟ କୋଭିଡ୍ ସଂକ୍ରମଣ ୧,୬୯,୬୦,୧୭୨ରେ ପହଞ୍ଚିଥିଲା ବେଳେ ମୃତୁ୍ୟ ସଂଖ୍ୟା ୧,୯୨,୩୧୧ରେ ପହଞ୍ଚିଛି ।
ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୨,୧୭,୧୧୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୪୦,୮୫,୧୧୦ରେ ପହଞ୍ଚିଛି ।
ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି, ୨୬,୮୨,୭୫୧ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୪,୦୯,୧୬,୪୧୭ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।
ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ ୨୪ ତାରିଖ ସୁଦ୍ଧା ସମୁଦାୟ ୨୭, ୭୯,୧୮,୮୧୦ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୭,୧୯,୫୮୮ଟି ନମୁନା ।

Leave A Reply

Your email address will not be published.

four − 1 =