ନୂଆଦିଲ୍ଲୀ : ଭାରତର ମୋଟ ସକ୍ରିୟ କରୋନା ମାମଲାର ୬୭.୧୬% ଅଛି ପାଞ୍ଚ ରାଜ୍ୟରେ
ଦେଶରେ କୋଭିଡ-୧୯ ଟିକାକରଣ ଆଜି ୧୧.୪୪ କୋଟିକୁ ଅତିକ୍ରମ କରିଯାଇଛି । ୨୦୨୧ ଏପ୍ରିଲ ୧୧ରୁ ୧୪ ତାରିଖ ଚାରି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଟିକା ଉତ୍ସବରେ ଦେଶବ୍ୟାପୀ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହିତ କରିଛି । ଟିକା ଉତ୍ସବ ଅବସରରେ ବିଭିନ୍ନ ବର୍ଗର ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ ହୋଇଥିବା ବେଳେ ମୋଟ ଟିକାକରଣରେ ୧,୨୮,୯୮,୩୧୪ ବୃଦ୍ଧି ହୋଇଥିଲା । ଆଜି ସକାଳ ୭ଟା ସୁଦ୍ଧା ମୋଟ ୧୬,୯୮,୧୩୮ ସେସନରେ ୧୧,୪୪,୯୩,୨୩୮ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି; ୯୦,୬୪,୫୨୭ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୬,୦୪,୧୯୭ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୦୨,୧୩,୫୬୩ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୦,୬୪,୮୬୨ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୩୪,୭୧,୦୩୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୭,୪୭,୦୧୯ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୩,୭୪,୩୦,୦୭୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୯୭,୯୬୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
ଭାରତରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇଚାଲିଛି । ଗତ ୨୪ ଘଂଟା ମଧ୍ୟରେ ୨,୦୦,୭୩୯ ନୂଆ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, ଉତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ ରାଜ୍ୟରେ ନୂଆ କୋଭିଡ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ ମାମଲା ମଧ୍ୟରୁ ୮୦.୭୬% ଚିହ୍ନଟ ହୋଇଛି ୧୦ ରାଜ୍ୟରେ ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୮,୯୫୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୦,୪୩୯ ଏବଂ ଦିଲ୍ଲୀରେ ୧୭,୨୮୨ ନୂଆ ମାମଲା ଚିହ୍ନଟ ହୋଇଛି ।
ଭାରତରେ ମୋଟ ସକ୍ରିୟ କରୋନା ମାମଲା ଏବେ ୧୪,୭୧,୮୭୭ ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୦.୪୬% । ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲାରେ ସିଧାସଳଖ ୧,୦୬,୧୭୩ ବୃଦ୍ଧି ଘଟିଛି ।
ମହାରାଷ୍ଟ୍ର, ଛତିଶଗଡ଼, ଉତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚ ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୭.୧୬% ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୪୩.୫୪% ମାମଲା ରହିଛି ।
ଭାରତରେ ଏ ପର୍ଯ୍ୟନ୍ତ କରୋନାରୁ ମୋଟ ୧,୨୪,୨୯,୫୬୪ ଜଣ ସୁସ୍ଥ ହୋଇଛି । ଜାତୀୟ ସୁସ୍ଥତା ହାର ରହିଛି ୮୮.୩୧% ।
ଗତ ୨୪ ଘଂଟା ମଧ୍ୟରେ ଦେଶରେ ସୁସ୍ଥ ହୋଇଛନ୍ତି ୯୩,୫୨୮ ଜଣ ।
ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନାରେ ୧୦୩୮ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମୃତ୍ୟୁ ମଧ୍ୟରୁ ୮୨.୨୭% ମୃତ୍ୟୁ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୨୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି । ନଅଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଂଟା ମଧ୍ୟରେ କରୋନାରେ କୌଣସି ମୃତ୍ୟୁ ହୋଇନାହିଁ । ଏସବୁ ହେଲା, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ସିକିମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ ଏବଂ ଅରୁଣାଚଳ ପ୍ରଦେଶ ।