ଦେଶରେ ୧୬ଲକ୍ଷ ଲୋକ ନେଲେଣି କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନରେ ମାତ୍ର ୬ ଦିନରେ ଏକ ମିଲିୟନ୍ରୁ ଉଦ୍ଧ୍ୱର୍ ଲୋକଙ୍କୁ କୋଭିଡ୍ ଟିକା ନେଇଥିବା ବେଳେ ବର୍ତମାନ ସୁଦ୍ଧା ଟିକାନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧୬ଲକ୍ଷରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଯାହାକି ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍ ତୁଳନାରେ ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି । ରବିବାର ସୁଦ୍ଧା ଦେଶରେ ପ୍ରାୟ ୧୬ ଲକ୍ଷ ଲୋକ ଟିକା ନେଇ ସାରିଲେଣି ।
ସୂଚନାଯୋଗ୍ୟ ଯେ, ବ୍ରିଟେନ୍ରେ ୧୮ଦିନରେ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ୧୦ ଦିନରେ ଏକ ମିଲିୟନ୍ ମାର୍କ ଅତିକ୍ରମ କରିଥିଲା । ମନ୍ତ୍ରଣା ପକ୍ଷରୁ ଆହୁରି କୁହାଯାଇଛି ଯେ, ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ପ୍ରାୟ ୧୬ ଲକ୍ଷ (୧୫,୮୨,୨୦୧)ହିତାଧୀକାରୀ କରୋନା ଟିକା ଗ୍ରହଣ କରିସାରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୧,୯୧, ୬୦୯ଜଣଙ୍କୁ ଟିକା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ୧୫ହଜାରରେ ସୀମିତ ରହିଥିବା ଦେଖାଯାଇଛି । ଏହାସହ ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଉଛି । ଦିନକରେ ୧୪.୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୦୬,୫୪,୫୩୩କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ୧୫୫ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ବେଳେ ମୋଟ୍ କରୋନା ମୃତୁ୍ୟ ସଂଖ୍ୟା ୧,୫୩,୩୩୯ରେ ପହଞ୍ଚିଛି । ଦିନକରେ ୧୫,୯୪୮ ସୁସ୍ଥ ହୋଇଥିବା ବେଳେ ୧,୦୩,୧୬,୭୮୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆରୋଗ୍ୟ ହାର ୯୬.୮୩ % ରେ ପହଞ୍ଚିଛି । ୧,୮୪,୪୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.

seven + 19 =