ଦେଶରେ ୨୪ଘଂଟାରେ ସଂକ୍ରମଣ ଟପିଲା ୨.୫୯ଲକ୍ଷ

ନୂଆଦିଲ୍ଲୀ: ଦେଶରେ ଦିନକରେ ଦୈନିକ ସଂକ୍ରମଣ ୨.୫୯ ଲକ୍ଷ ଟପିଛି । ଆଉ ୨ ଲକ୍ଷ ୫୯ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦,୩୧,୯୯୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୧ ହଜାର ୩୩୧ରେ ପହଂଚିଛି । ୨୪ ଘଂଟାରେ ୩ ଲକ୍ଷ ୫୭ ହଜାର ୨୯୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୨୭,୧୨,୭୩୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୦,୨୭,୯୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ଗତ ୨୪ ଘଂଟା ମଧ୍ୟରେ ସାରା ଦେଶରେ ୪ ହଜାର ୨୦୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

14 + fourteen =