ଦେଶରେ ୨,୪୦,୮୪୨ ଆକ୍ରାନ୍ତ : ୩୭୪୧ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୨,୪୦,୮୪୨ କରୋନା ସଂକ୍ରମଣ ହୋଇଥିବା ବେଳେ ୩,୭୪୧ ମୃତ୍ୟୁ ରେକର୍ଡ କରାଯାଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୨,୯୯,୨୬୬ରେ ପହଞ୍ଚିଛି । ସେହିଭଳି ଦିନକରେ ୩,୫୫,୧୦୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୩୪,୨୫,୪୬୭ରେ ପହଞ୍ଚିଛି । ଏଡା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮,୦୫,୩୯୯ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୯,୫୦,୦୪, ୧୮୪ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ’ ୨୨ ତାରିଖ ସୁଦ୍ଧା ସମୁଦାୟ ୩୨,୮୬,୦୭, ୯୩୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୨୧,୨୩,୭୮୨ ଟି ନମୁନା ।

Leave A Reply

Your email address will not be published.

9 − 7 =