ନୂଆଦିଲ୍ଳୀ: ଦେଶରେ ୨୪ ଘଂଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୨୭ ଲକ୍ଷରୁ ଅଧିକ ରହିଛି । ପୂର୍ବରୁ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ବେଳେ ଦୀର୍ଘ ଦିନ ପରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ତଳକୁ ରହିଛି । ଆଉ ୧ଲକ୍ଷ ୨୭ ହଜାର ୫୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୧,୭୫,୦୪୪କୁ ବୃଦ୍ଧି ପାଇଛି ।
ଚିକିତ୍ସାଧୀନ ଅବସ୍ଥାରେ ୨,୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୩୧,୮୯୫ରେ ପହଞ୍ଚିଛି । ଦିନକରେ ୨,୫୫,୨୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ୍ ୨,୫୯,୪୭,୬୨୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮,୯୫,୫୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।