ନୂଆଦିଲ୍ଲୀ: ଦେଶରେ କରୋନା  ସଂକ୍ରମଣ ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୫ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ଲକ୍ଷ ଟପିଥିବା ବେଳେ ଆଜି ଦିନକର   ୪,୦୯୨ଜର ମୃତ୍ୟୁ ବରଣ କରିଛନ୍ତି ।  
 କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୪,୦୩,୭୩୮ କରୋନା ସଂକ୍ରମିିତ ହୋଇଥିଲା ବେଳେ ୪,୦୯୨ ଜଣ ମୃତ୍ୟୁ ଘଟିଛି ।   ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ  ୨,୨୨,୯୬,୪୧୪ ଓ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି ।  ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୮୬,୪୪୪  ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୮୩,୧୭,୪୦୪ରେ ପହଞ୍ଚିଛି ।  ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୩୬,୬୪୮ । 
 କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ର ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬,୯୪,୩୯,୬୬୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।  ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ  ପାଇଁ ମେ’ ୮ ତାରିଖ ସୁଦ୍ଧା ସମୁଦାୟ ୩୦, ୨୨,୭୫,୪୭୧ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି  ୧୮,୬୫.୪୨୮ଠି ନୁମନା । 
 
			