ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ଆଉ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୨,୦୦୫ରେ ପହଞ୍ଚିଛି । ମୃତ୍ୟୁ ହାର ୧.୩୨% । ଦିନକରେ ଆଉ ୫୨,୨୯୯ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୬,୫୮,୦୭୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୭.୦୯% । ୪,୮୫,୩୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୧.୫୯% ।
୨୪ ଘଣ୍ଟାରେ ୬୩,୮୭,୮୪୯ ଟିକା ନେଇଥିବା ବେଳେ ୩୫,୧୨,୨୧,୩୦୬ ଟିକା ନେଇ ସାରିଛନ୍ତି । ଦିନକରେ ୧୮,୩୮,୪୯୦ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୪୧,୮୨,୫୪,୯୫୩ ନମୁନା ପରୀକ୍ଷା କରଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।