ଦେଶରେ ୫୬ ଲକ୍ଷ ପାର ଆକ୍ରାନ୍ତଙ୍କ ସଂଖ୍ୟା


ନୂଆଦିଲ୍ଲୀ- ଆଜି ଗୋଟିଏ ଦିନରେ ୮୩ ହଜାର ୩୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ହାର ୫୬,୪୬,୦୧୧ ରହିଛି । ବର୍ତମାନ ସୁଦ୍ଧା ୪୫,୮୭,୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୯,୬୮,୩୭୭ ଆକଟିଭ କେସ ରହିଛି ଓ ୯୦,୨୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ୨,୭୨,୮୦୯ ସକ୍ରିୟ ମାମଲା ଥିବା ବେଳେ ୯,୩୬,୫୫୪ ଆରୋଗ୍ୟଲାଭ କରିଛନ୍ତି । ୩୩,୪୦୭ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟରେ କର୍ଣ୍ଣାଟକ ରହିଛି ।

Leave A Reply

Your email address will not be published.

sixteen − fourteen =