ଦେଶର ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍ କେନ୍ଦ୍ର

ନୂଆଦିଲ୍ଲୀ: ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ପୂରଣ ପାଇଁ ଦେଶର ସମସ୍ତ ଜିଲ୍ଲାରେ ଅକ୍ସିଜେନ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ଏଥିଲାଗି ଅର୍ଥ ବ୍ୟୟ ହେବ । ଦେଶର ସମସ୍ତ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସମେତ ୫୫୧ଟି ଅକ୍ସିଜେନ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆବଶ୍ୟକୀୟ ଉପକରଣ ଯୋଗାଇଦେବ । ଏହି କେନ୍ଦ୍ର ଗୁଡିକୁ ଉତ୍ପାଦିତ ଅମ୍ଲଜାନ କେବଳ ଚିକିତ୍ସା କ୍ଷେତ୍ରରେ ହିଁବ୍ୟବହାର ହେବ । ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅମ୍ଲଜାନ ଉତ୍ପାଦନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଦେ୍ର୍ଧଶ ଦେଇଛନ୍ତି ।
ଆହୁରି ଅକ୍ସିଜେନ୍ ପରିବହନ କରୁଥିବା ଜାହାଜ ଗୁଡିକରୁ କୌଣସି ଦେୟ ଆଦାୟ ନକରିବା ପାଇଁ ସମସ୍ତ ବନ୍ଦରକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇଛନ୍ତି । ପ୍ରକାଶ ଥାଉକି ଅମ୍ଲଜାନ ପରିବହନ କାରୀ ଯାନ ଗୁଡିକୁ ନ ଅଟକାଇବା ପାଇଁ କେନ୍ଦ୍ର ସରକାର କଡା ନିଦେ୍ର୍ଧଶ ଦେଇଛନ୍ତି । ତେବେ ଅମ୍ଲଜାନ ପରିବହନରେ ବାଧ୍ୟା ସୃଷ୍ଟିକାରୀଙ୍କୁ ଫାଶି ଦଣ୍ଡ ଦେବାପାଇଁ ଦିଲ୍ଳୀ ହାଇକୋର୍ଟ କଡା ମତ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ମହାମାରୀ କରୋନା କାଳରେ ଦିଲ୍ଳୀ, ମହାରାଷ୍ଟ୍ର, ଉତରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ ଚିକିତ୍ସାଧିନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ର ଘୋର ଅଭାବ ପଡିଛି । ଦିଲ୍ଲୀରେ ୩ଟି ଘରୋଇ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୪୦ଜଣ ରୋଗୀଙ୍କର ମୃତୁ୍ୟ ଘଟିଥିଲା ବେଳେ ମହାରାଷ୍ଟ୍ରର ନାସିକ୍ରେ ୨୫ ଜଣ ଓ ଚଣ୍ଡିଗଡରେ ୬ଜଣରୋଗୀଙ୍କର ମୃତୁ୍ୟ ଘଟିଛି ।
ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ ମହାମାରୀ କରୋନା ସଙ୍କଟ କାଳରେ ଅମ୍ଲାଜାନ ଅଭାବ ମେଂଟାଇବା ପାଇଁ ବର୍ତମାନ ସୁଦ୍ଧା ଓଡିଶା ୮୭୬ ମେଟି୍ରକ୍ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଇଥିବା ବେଳେ ଆଗକୁ ମଧ୍ୟ ପଠାଇବ । ବିଶେଷ କରି ରାଉରକେଲା, ଢେଙ୍କାନାଳ, ଅନୁଗୁଳ ଓ ଯାଜପୁରରରେ ଥିବା ଶିଳ୍ପ ସଂସ୍ଥାଗୁଡିକରୁ ଏହି ଅମ୍ଲଜାନ ପଠାଯାଇଛି । ଜାତୀୟ ରାଜଧାନୀ ଦିଲ୍ଲୀ, ଉତରପଦେଶ, ମହାରାଷ୍ଟ୍ର, ହରିୟାନା, ଆନ୍ଧ୍ର ଓ ତେଲେଙ୍ଗାନା ଆଦି ୭ଟି ରାଜ୍ୟକୁ ବର୍ତମାନ ସୁଦ୍ଧା ୪୯ରୁ ଅଧିକ ଅମ୍ଲାଜାନ ପଠାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.

2 × 1 =