ଦେହ ବ୍ୟବସାୟୀଙ୍କୁ ସହଯୋଗ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ


ନୂଆଦିଲ୍ଲୀ- ମହାମାରୀ କରୋନା ପାଇଁ ଅଡୁଆରେ ପଡିଛନ୍ତି ଦେହ ବ୍ୟବସାୟୀ । ତେଣୁ ଏଭଳି ସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଏକ ବେଂଚ କହିଛନ୍ତି ଯେ ଲକଡାଉନ ପାଇଁ ଦେହ ବ୍ୟବସାୟୀ ମାନେ ସଂକଟରେ ପଡିଛନ୍ତି । ଯଦିଓ ଏମାନଙ୍କ ପାଖରେ ରାସନକାର୍ଡ ନାହିଁ ତେବେ ରାଜ୍ୟ ସରକାର କିଭଳି ସହଯୋଗ କରିବେ ସେ ନେଇ ବିଚାର କରିବେ ଓ ବିଚାର କରି ସମସ୍ତ ରାଜ୍ୟ ସରକାର ନିଜର ମତ ଦାଖଲ କରିବାକୁ କହିଛନ୍ତି ବେଂଚ ।

Leave A Reply

Your email address will not be published.

one × 1 =