ଦୋକାନ ଉପରେ ମାଡ଼ିଗଲା ଟ୍ରକ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  omc ଖଣିରୁ ମାଲ ପରିବହନ କରିବାକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଏକ ଦୋକାନରେ ପଶିଯିବାରୁ ଘଟଣାସ୍ଥଳରେ ଦୋକାନ ମାଲିକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ ହେଲପର। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି।  ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

Leave A Reply

Your email address will not be published.

three + 5 =