କଟକ- ଦ୍ୱୈତ ନଗରେ କରୋନା ସଂକ୍ରମିତ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ସଂକ୍ରମଣ ହାରରେ ବେକ୍ରେ ଲାଗଇବା ପାଇଁ ଏବେ ଆକ୍ସନମୋଡରେ ପୋଲିସ କମିଶନର । ରାସ୍ତା ଘାଟ ବିଶେଷ କରି ଦୋକାନ ମାନଙ୍କରେ ଲୋକ ଭିଡ ଅଧିକ ଦେଖିବାକୁ ମିଳୁଛି । କରୋନା କଟକଣାକୁ ଫୁ କରି ସାମାଜିକ ଦୂରତା ନ ରଖି ଜିନିଷପତ୍ର କିଣୁଛନ୍ତି । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି କଟକର ବିଭିନ୍ନ ବଜାର କମିଟି ସଦସ୍ୟଙ୍କ ସହ ଆଲୋଚନା କରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଦୋକାନ ଭିତରକୁ ୩ଜଣ ଗ୍ରାହକ ଏକ ସଙ୍ଗେ ଯାଇପାରିବେ । ଅଧିକ ଗ୍ରାହକ ଆସିଲେ ଦୋକାନ ବାହାରେ ତାଙ୍କୁ ବସିବା ପାଇଁ ଚେୟାର ବ୍ୟବସ୍ଥା କରାଯିବ । ଯଦି କୌଣସି ଗ୍ରାହକ ନିୟମ ଉଲ୍ଲଘଂନ କରିବେ ତେବେ ସେ କ୍ଷେତ୍ରରେ ୧୦୦କୁ କଲ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଭିଡକୁ ଏଡେଇବା ପାଇଁ ବଜାର ଅଂଚଳରେ ବ୍ୟାରିକେଟର ବ୍ୟବସ୍ଥା କରିବା ପାଇୁଁ ବଜାର କମିଟିକୁ ପ୍ରସ୍ତାବ ଦେଇଛନ୍ତି ସିପି । କିଛି ଅଂଚଳରେ ଅପେକ୍ଷା କରିବା ପାଇଁ ହଲ କରାଯାଇ ପାରିବ । ଏପରି ବ୍ୟବସ୍ଥା କରାଗଲେ ଲୋକ ଶୃଙ୍ଗଳାରେ କିଣାକିଣି କରିପାରିବେ ଓ ଅଧିକ ଗହଳି ହେବ ନାହିଁ । ଏତଦ ବ୍ୟତିତ କେତକ ବଜାର କମିଟି ସନ୍ଧ୍ୟା ୬ଟା ପରେ ଦୋକାନ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି କମିଶନର କହିଛନ୍ତି । ସବୁ ବଜାର କିମଟି ନିଜ ଅଂଚଳର ଲୋକଙ୍କୁ ସଚେତନ କରିବେ । ଅଧିକ ଗାଡି ବୁଲିଲେ ଲୋକ ଅଧିକ ସତର୍କ ହେବେ ବୋଲି ବଜାର କମିଟି ପକ୍ଷରୁ ପୋଲିସ ପ୍ରସ୍ତାବ ଦିଆଯାଇଛି । ସିପିଙ୍କ କ୍ୟାମ୍ପ ଅଫିସରେ ଆୟୋଜିତ ବ÷ଠକରେ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଥିଲା ।