ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଅôଧକ ସଂକ୍ରମଣଶୀଳ କୋଭିଡ-୧୯ ଦ୍ୱିତୀୟ ପ୍ରବାହ ସମୟରେ ୫୯୪ ଜଣ ଡାକ୍ତର ପ୍ରାଣ ହରାଇଥିବା କଥା ବୁଧବାର ଦିନ ‘ଦି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସ୍‌ନ୍‌’ ଆଇଏମ୍‌ଏ ପକ୍ଷରୁ କୁହାଯାଇଛି ।
ସଦ୍ୟତମ ସୂଚନା ଅନୁସାରେ, ଆସାମରେ ଜୁନିୟର ଡାକ୍ତରଙ୍କୁ କରାଯାଇଥିବା ଆକ୍ରମଣରେ ସଂଶ୍ଲୀଷ୍ଟ ୨୪ଜଣଙ୍କୁ ଗିରଫର କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟୁଇଟ୍ କରି ଆଜି ସୂଚନା ଦେଇଛନ୍ତି । ଏହାଛଡା, ଦ୍ୱିତୀୟ ପ୍ରବାହରେ କୋଭିଡ-୧୯ ହେତ୍‌ୁ ପ୍ରାଣ ହରାଇଥିବା ୫୯୪ଜଣ ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀରୁ ବୋଲି ‘ଆଇଏମ୍‌ଏ’ ତାଲିକାରେ ପ୍ରକାଶ ପାଇଛି । ଦିଲ୍ଲୀରେ ପ୍ରାୟ ୧୦୭ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଯାଇଛି । ଦିଲ୍ଲୀ ପଛକୁ ବିହାର, ଉତର ପ୍ରଦେଶ, ରାଜସ୍ଥାନ ଏବଂ ଝାଡଖଣ୍ଡରେ ମଧ୍ୟ ଅଧିକ ସଂଖ୍ୟକ ଡାକ୍ତର ପ୍ରାଣ ହରାଇଛନ୍ତି । ବିହାରରେ ୯୬ଜଣ, ଉତର ପ୍ରଦେଶରେ ୬୭ଜଣ, ରାଜସ୍ଥାନରେ ୪୩ଜଣ, ଏବଂ ଝାଡଖଣ୍ଡରେ ୩୯ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, ଆଇଏମ୍‌ଏ’ ହେଉଛି ଭାରତୀୟ ଡାକ୍ତରମାନଙ୍କର ଏକ ସ୍ୱେଚ୍ଛାସେବୀ ସଂସ୍ଥାନ । ଏଥିରେ ସଦସ୍ୟ ହୋଇଥିବା ୩.୫ ଜଣ ଡାକ୍ତରଙ୍କର ଆଇଏମ୍‌ଏ’ ରେକର୍ଡ ରଖିଥାଏ । କିନ୍ତୁ, ସମଗ୍ର ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.

fifteen − 6 =