ଦ୍ୱିତୀୟ ଲହର ରୋକିବାକୁ ହେବ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତାପ୍ରକଟ କରିବା ସଙ୍ଗେ୍ ସଙ୍ଗେ ଏହାକୁ ରୋକିବାକୁ ହେବ ବୋଲି କହିଛନ୍ତି । ଆଜି ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରୋନା ସଂକ୍ରମଣ ନେଇ ଦବାଇ ଭି କଡାଇ ଭି (ଟିକା ସହ ସତର୍କତା) ସହ କରୋନାର ମୁକାବିଲା ପାଇଁ ୫ଦଫା ସୁତ୍ରୀ ଯୋଜନା ଘୋଷଣା କରିଛନ୍ତି । ମହାମାରୀର ମୁକାବିଲା ପାଇଁ ଆରଟି-ପିସିଆର ଟେଷ୍ଟି ବୃଦ୍ଧି , ଲକ୍ଡାଇନ୍ ବଦଳରେ ମାଇକ୍ରୋ କଂଟେନ୍ମେଂଟ୍ ଜୋନ୍ ସୃଷ୍ଟି , ଟିକାକରଣ ବୃଦ୍ଧି ଏବଂ ଟିକା ଅପଚୟ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର କେତେକ ରାଜ୍ୟର ୭୦ଟି ଜିଲ୍ଲାରେ ଗତ କିଛି ସପ୍ତାହ ଧରି କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏବେ ଯଦି ଏହାର ସଂକ୍ରମଣକୁ ଦୃଢ ଭାବେ ରୋକାନଯାଏ ତେବେ ସାରା ଦେଶରେ ସଂକ୍ରମଣର ବ୍ୟାପିଯିବ । ତେବେ ଏଥିପାଇଁ ଲୋକଙ୍କୁ ଭୟଭିତ ନକରି ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶ୍ୱର କେତେକରାଷ୍ଟ୍ର କରୋନା ଲହର ସମ୍ମୁଖୀନ ହୋଇଥିଲା ବେଳେ ଭାରତ ଏହାକୁ ମୁକାବିଲା କରିବାରେ ସଫଳ ହୋଇଛି । ଦେଶରେ ମୃତୁ୍ୟହାର କମିଥିବା ବେଳେ ଆରୋଗ୍ୟ ହାର ୯୬%କୁ ବୃଦ୍ଧି ପାଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ , ଲୋକଙ୍କୁ ଭୟଭୀତ ନକରି ଆମେ ସଚେତନ କରିବା ଦରକାର । ଯେଉଁଠି ଜରୁରୀ ଲକ୍ଡାଉନ୍ ପରିବର୍ତେ ମାଇକ୍ରୋ କଂଟେନମେଂଟ ଜୋନ୍ କରାଯାଉ । କଂଟେନ୍ମେଂଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ଥିଲେ ତାହା ମଧ୍ୟ କରାଯାଉ । ସହରରୁ ଯେମିତି ଗାଁକୁ ନବ୍ୟାପିବ ସେଥିପାଇଁ ମାଇକ୍ରୋ କଂଟେନ୍ମେଂଟ ହେଉ । ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍କୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡିବ ।
ଦେଶର ସବୁ ରାଜ୍ୟରେ ଆରଟିପିସିଆର୍ ଟେଷ୍ଟ ବଢାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଓଡିଶା, ବିହାର ଆଦି ରାଜ୍ୟରେ ଆଂଟିଜେନ୍ ଟେଷ୍ଟ ବେଶୀ ହେଉଛି । ସେସବୁ ବଦଳାଇ ଆରଟି-ପିସିଆର ଟେଷ୍ଟ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ୍ୁମାନଙ୍କୁ ମୋଦି କହିଛନ୍ତିି । ଆରଟି-ପିସିଆର ଟେଷ୍ଟ ଯେତେ ବଢିବ, ସଂକ୍ରମଣ ବୃଦ୍ଧି ସେତେ ଶୀଘ୍ର କମିବ । ବିଦେଶାଗତଙ୍କ୍ ପରୀକ୍ଷା ଓ କଂଟା ଟ୍ରେସିଂ ପ୍ରତି ଗୁରୁତ୍ୱ ଦେବା ଜରୁରୀ । ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ମହାରାଷ୍ଟ୍ର : ମଧ୍ୟପ୍ରଦେଶ ସହ କେତେକ ରାଜ୍ୟରେ ସକ୍ରମଣ ବୃଦ୍ଧି ପାଇଛି । ତେବେ ଓଡିଶା ସହ ବହୁ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି ।
ଦେଶରେ ଟିକାକରଣ ଗତି ବଢିଛି । ଆମେ ଦିନକୁ ୩୦ ଲକ୍ଷ ଟିକା ଦେଉଛୁ । ଅନେକ ରାଜ୍ୟରେ ଟିକା ନଷ୍ଟ ହେଉଥିବା ଖବର ସାମ୍ନାକୁ ଆସୁଛି । ତେଲେଙ୍ଗାନା ସମେତ କେତେକ ରାଜ୍ୟରେ ୧୦% ଟିକା ନଷ୍ଟ ହେଉଥିବା ଜଣାପଡିଛି । ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ ଆମେ କ୍ଷୂର୍ଣ୍ଣ କରୁଛୁ । କୌଣସି ଲୋକର ଅଧିକାର କ୍ଷୂର୍ଣ୍ଣ କରିବାର ଅଧିକାର ଆମର ନାହିଁ । ଟିକାର ଶୂନ ଅପଚୟକୁ ନିଶ୍ଚିତ କରିବା ସମସ୍ତଙ୍କର ଦାୟିିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି । ମିଶନ ମୋଡ୍ରେ କାମ କଲେ ଟିକା ପରିଚୟ କମିବ । ସଂକ୍ରମଣ ରୋକିବାକୁ ଦବାଇ ଓ କଡାଇ ନିଶ୍ଚିତ ମାନିବାକୁ ହେବ । କରୋନା ଲଢେଇରେ ଭାରତ ବର୍ତମାନ ସୁଦ୍ଧା ଯେଉଁ ସଫଳତା ପାଇଛି ତାହାକୁ ବ୍ୟର୍ଥ କରିବାକୁ ଦିଆଯିବ ନାହିଁ । ୧୩୦ କୋଟି ଲୋକଙ୍କର ଉଦ୍ୟମକୁ ବେକାର ହେବାକୁ ଦିଆଯିବ ନାହିଁ । ମିଶନ ମୋଡ୍ରେ ଆମକୁ କାର୍ଯ୍ୟକରିବାକୁ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

thirteen + seventeen =