ନାଳକକୁ ପୁଣି କଟିଲା ୩୫ ହଜାର ଟଙ୍କାର ଫାଇନ


ରାଜ୍ୟରେ ଚାଲିଛି ଟ୍ରାଫିକ ଧରପଗଡ । କଡାକଡି କରାଯାଉଛି ଯାଂଚ । ଅମାନିଆ ଗାଡି ଚାଳକକୁ ପଡୁଛି ମୋଟା ଅଙ୍କର ଜରିମନା । ଏହି କ୍ରମରେ ନାବାଳକକୁ ଗାଡି ଚଳାଇବା ପାଇଁ ୩୫ ହଜାର ଟଙ୍କା ଫାଇନ କରାଯାଇଛି । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆାଟଣାରେ । ନାବାଳକ ଜଣକ ଗାଡିିିି ନେଇ ଡାକ୍ତଖାନା ଛକ ଦେଇ ଯାଉଥିବା ବେଳେ ଟ୍ରାଫିକରେ ଅଟକାଇ ପଚରାଉଚରା କରିବା ବେଳେ ସେ ଧରାପଡିଛନ୍ତି । ତେବେ ଉକ୍ତ ଗାଡିଟିକୁ ଜିିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟର ଏଏସଆଇ ସୁଶାନ୍ତ ପାତ୍ରଙ୍କ ଜିମା ଦେଇଥିଲେ । ନାବଳକ ଜଣକ ଗାଡି ଚଳାଇବା ପାଇଁ ୩୫ ହଜାର ଫାଇନ କଟିଛି । ତେବେ ଏହି ନାବାଳକର ଅଭିଭାବକ ଏହି ଫାଇନ ପୈଠ କଲେ ଉକ୍ତ ଗାଡି ଫେରାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି

Leave A Reply

Your email address will not be published.

8 + 13 =