ଭୁବନେଶ୍ୱର- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୋଦୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପରୀକ୍ଷା ପାଇଁ ସମୟ ମଧ୍ୟ ଧାର୍ଯ୍ୟ ସରିଛି । ଏଭଳି ପରିସ୍ଥିତିରେ ପରୀକ୍ଷା ଦେବା ନିଷ୍ପତିକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବା ପାଇଁ ଗତକାଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଭଚୁ୍ର୍ୟଆଲ ବୈଠକ ବସିଥିଲା । ଏହି ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । କେନ୍ଦ୍ରର ପରୀକ୍ଷା ନିଷ୍ପତିକୁ ବିରୋଧ କରି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି ।