ନିର୍ମାଣର ବର୍ଷେ ନପୁରୁଣୁ ଉଠିଲା ପ୍ରଧାନମନ୍ତ୍ରୀ ଢଳାଇ ରାସ୍ତା

ଚମ୍ପୁଆ : ଚମ୍ପୁଆ ଏନ୍.ଏ.ସି ଅନ୍ତର୍ଗତ ପାଂଚପୋଖରୀଆ ଗ୍ରାମ ମଝି ଦେଇ ଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଢଳାଇ ରାସ୍ତା ଫାଟିବା ସହିତ ପ୍ରାୟ ୧ ଫୁଟ ଉପରକୁ ଉଠି ଯାଇଛି । ଫଳରେ ଯାତ୍ରୀମାନଙ୍କୁ ଏହା ଏକ ହମ୍ପ୍ସର ଧମ ସୃଷ୍ଟି କରିଛି । ସୂଚନା ଅନୁଯାୟୀ କଇଁତା ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଯୋଜନାର ଏକ ସଡକ ନିର୍ମାଣ ହୋଇଛି । ମାତ୍ର ଆଜି ୨ ପ୍ରହର ସମୟରେ ପାଂଚପୋଖରୀଆ ଠାକୁରାଣୀ ସାଳ ନିକଟରେ ହଠାତ ଢଳାଇ ରାସ୍ତାଟି ଉପରକୁ ଉଠିବା ସହିତ ଫାଟିବାରେ ଲାଗିଥିଲା । ଫଳରେ ଗ୍ରାମବାସୀମାନେ ଉକ୍ତ ସ୍ଥାନରେ ରୁଣ୍ଡ ହୋଇଥିଲେ । କେତେକ ଏହାକୁ ମୌଖିକ କାଣ୍ଡ କହୁଥିବା ବେଳେ କେତେକ ଏହାକୁ ନିର୍ମାଣ ନିମିତ ତୃଟି ବୋଲି ମତ ଦେଇଥିଲେ । ଏହା ନେଇ ବାଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ନଲାଗିବାରୁ ମତାମତ ମିଳି ପାରୁନଥିଲା ।

Leave A Reply

Your email address will not be published.

13 + sixteen =