ରେଢାଖୋଲ : ନିର୍ମାଣର ମାସେ କି ୬ ମାସ ପରେ ନୁହେଁ, ନିର୍ମାଣ ଚାଲିଥିବା ବେଳେ ଦବିଗଲା ପୋଲ। ଏପରି ଘଟଣା ଘଟିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲର ସ୍ଥାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଆମଲିପାଣିରେ ଦେଖିବାକୁ ମିଳିଛି। ପୋଲ ନିର୍ମାଣ କାମରେ ଦୁର୍ନୀତିର ଗନ୍ଧ ବାରି ଅଞ୍ଚଳବାସୀ ଏହାକୁ ବିରୋଧ କରି ତୁରନ୍ତ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଆମଲିପାଣି-ଯୁଯୁମୁରା ମଧ୍ୟରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଚାଲିଛି ରାସ୍ତା କାମ। ମାତ୍ର ଅନ୍ଧାରୀ ଗାଁ ପାଖର ଥିବା ନାଳ ଉପରେ ନିର୍ମାଣ ଚାଲିଥିବା ପୋଲଟି ଛାତ ପଡ଼ିବା ଆରମ୍ଭ ହେଉଣୁ ଦବିଯାଇଛି। ରେଢାଖୋଲ(ରମାକାନ୍ତ ମହାନନ୍ଦ): ନିର୍ମାଣର ମାସେ କି ୬ ମାସ ପରେ ନୁହେଁ, ନିର୍ମାଣ ଚାଲିଥିବା ବେଳେ ଦବିଗଲା ପୋଲ। ଏପରି ଘଟଣା ଘଟିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲର ସ୍ଥାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଆମଲିପାଣିରେ ଦେଖିବାକୁ ମିଳିଛି। ପୋଲ ନିର୍ମାଣ କାମରେ ଦୁର୍ନୀତିର ଗନ୍ଧ ବାରି ଅଞ୍ଚଳବାସୀ ଏହାକୁ ବିରୋଧ କରି ତୁରନ୍ତ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଆମଲିପାଣି-ଯୁଯୁମୁରା ମଧ୍ୟରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଚାଲିଛି ରାସ୍ତା କାମ। ମାତ୍ର ଅନ୍ଧାରୀ ଗାଁ ପାଖର ଥିବା ନାଳ ଉପରେ ନିର୍ମାଣ ଚାଲିଥିବା ପୋଲଟି ଛାତ ପଡ଼ିବା ଆରମ୍ଭ ହେଉଣୁ ଦବିଯାଇଛି।