ନେପାଳରେ ଲୁଣ କିଲୋ ୧୦୦

ନୁଆଦିଲ୍ଲୀ- ଚାଇନା ସହ ଭାରତ ସୀମା ବିବାଦ ଉଗ୍ର ରୂପ ନେବା ପରେ ନେପାଳ ମଧ୍ୟ ବିଭନ୍ନ ଆଳ ଦେଖାଇ ଭାରତ ସହ ବିବାଦ ଆରମ୍ଭ କରିଦେଇଛି । ଏମିତି କି ଭାରତ ଓ ନେପାଳ ମଧ୍ୟରେ ସୀମା ବନ୍ଦ ହୋଇଯାଇଛି । ଏହା ଉଭୟ ଦେଶର ବାଣିଜ୍ୟ ଉପରେ ପ୍ରଭାବ ପକାଇଛି । ନେପାଳ ସରକାର ଏହାର ନାଗରିକଙ୍କ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିସହିତ ଭାରତୀୟ ଅଞ୍ଚଳରେ ଲୋକଙ୍କ ଗତିବିଧି ମଧ୍ୟ ବନ୍ଦ ରଖାଯାଇଛି । ଦୁଇ ଦେଶର ସୀମା ବନ୍ଦ ହେବା ଫଳରେ ଏହାର ପ୍ରଭାବ ନେପାଳର ଖାଦ୍ୟ ଓ ପାନୀୟ ଉପରେ ଗଭୀର ଭାବରେ ଅନୁଭୂତ ହେଉଛି । ଏଥିଯୋଗୁ ନେପାଳରେ ଖାଦ୍ୟ ଓ ପାନୀୟ ସାମଗ୍ରୀ ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖା ଦେଇଛି । ବର୍ତମାନ ନେପାଳରେ ଲୂଣ କିଲୋ ପିଛା ୧୦୦ ଟଙ୍କା ଏବଂ ସୋରିଷ ତେଲ ଲିଟର ପିଛା ୨୫୦ ଟଙ୍କାରେ ପହଞ୍ଚିଛି । ସାଧାରଣତଃ ଭାରତ ଏବଂ ନେପାଳ ମଧ୍ୟରେ ୪.୨୧ ବିଲିୟନ ଡଲାରର ବାଣିଜ୍ୟ ହୋଇଥାଏ । ଘୋଷିତ ବାଣିଜ୍ୟକୁ ଛାଡିଦେଲେ ଦୁଇ ଦେଶ ମଧ୍ୟରେ ୧୦ ଗୁଣରୁ ଅଧିକ ଅଘୋଷିତ ବାଣିଜ୍ୟ ହେଉଥିବା ଜଣାପଡିଛି । ସୀମା ବନ୍ଦ ହେବା ଭାରତୀୟ ଅଞ୍ଚଳ ଉପରେ ମଧ୍ୟ ପ୍ରଭାବ ପକାଉଛି । ନେପାଳ ସୀମା ନିକଟବର୍ତୀ ଅଞ୍ଚଳରେ ବାଣିଜ୍ୟ କାରବାର ଏକ ପ୍ରକାର ଠପ ହୋଇଯାଇଛି । ବିହାରର ମଧୂବନ ଜିଲ୍ଲାର ଜୟନଗର ସୀମାବର୍ତୀ ବୟନ ବ୍ୟବସାୟୀମାନେ କହିଛନ୍ତିଯେ ଏଠାରେ ବଜାର ବନ୍ଦ ହେବାର ପ୍ରଭାବ ଦେଖିବାକୁ ମିଳୁଛି । ସେ କହିଛନ୍ତିଯେ, ଗତ ଦୁଇମାସ ମଧ୍ୟରେ କେବଳ ଜୟନଗର ବଜାର ୨୫-୩୦ କୋଟି ଟଙ୍କା ହରାଇଛି । ଦୁଇ ଦେଶ ମଧ୍ୟରେ ସୀମା ବନ୍ଦ ହେବା ଏବଂ ନେପାଳ ସରକାରଙ୍କ କଟକଣା କାରଣରୁ ମଧେଶୀ (ନେପାଳୀ)ମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖା ଦେଇଛି । ଏହା କୁହାଯାଇଛିଯେ, ସେଠାରେ ବହୁ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଭାରତରେ ରୁହନ୍ତି କିନ୍ତୁ ସେମାନଙ୍କର କ୍ଷେତ ନେପାଳରେ ରହିଛି । ସୀମା ବନ୍ଦ ହେବା କାରଣରୁ ସେମାନେ ଏବେ ଉଭୟ ପାଶ୍ୱର୍ରେ ଦ୍ୱନ୍ଦରେ ପଡିଛନ୍ତି । ଏଥିସହିତ ସେମାନଙ୍କର ଚାଷ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି । ଏଠାରେ ସୁଚନା ଯୋଗ୍ୟଯେ, ନେପାଳର ପ୍ରାୟ ୭୫% ଉର୍ବର ଜମି ମଧେଶୀମାନଙ୍କର ଅକ୍ତିଆରରେ ରହିଛି ।

Leave A Reply

Your email address will not be published.

two × one =