ନୂଆଦିଲ୍ଲୀ- ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ପି ବାଲାସୁବ୍ରମଣ୍ୟମ । କରୋନାରେ ଆକ୍ରାନ୍ତ ହୋଇ ଅଗଷ୍ଟ ୫ ତାରିଖରୁ ତାଙ୍କୁ ଚେନ୍ନାଇର ଏମଜିଏମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୮ରୁ ସେ କରୋନା ମୁକ୍ତ ହୋଇ ସାରିଥିଲେ ମଧ୍ୟ ଫୁସଫୁସ ସଂକ୍ରମଣ ହୋଇଥିବାରୁ ସେ ଭେଂଟିଲେଟରରେ ଥିଲେ । ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ଆଜି ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୧୯୮୯ ମସିହାରେ ମେନେ ପ୍ୟାର କିୟା ଫିଲ୍ମର ମେରେ ରଙ୍ଗ ମେ ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ଏହାବ୍ୟତୀତ ସଲମାନ ଖାନଙ୍କ ପାଇଁ ସେ ବହୁ ଫିଲ୍ମରେ କଣ୍ଠଦାନ କରିଥିଲେ । ସୁବ୍ରମଣ୍ୟମ ୬ଟି ଜାତୀୟ ପୁରସ୍କାର ପାଇବା ସହିତ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ।