ପଶ୍ଚିମବଙ୍ଗ- ପଶ୍ଚିମବଙ୍ଗ କୃଷକଙ୍କ ଉପରେ ହେଉଥିବା ଅନ୍ୟାୟର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିପ ଧଙ୍କର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପିଏମ କିଷାନ ସମାନ ନିଧି ଯୋଜନା ଦ୍ୱାରା ୭୦ ଲକ୍ଷ କୃଷକ ଉପକୃତ ହେଉଛନ୍ତି । କିନ୍ତୁ ଆମ ରାଜ୍ୟର ୮,୪୦୦ କୋଟି କୃଷକ ଏହି ଯୋଜନାରୁ ଫେଲ ମାରିଛନ୍ତି । ୨୦୧୮ ଡିସେମ୍ବର ୧ ତାରିଖ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଂଉଟକୁ ଯାଉଛି । ଯେଉଁମାନେ ଚାଷୀ ପରିବାର ବୋଲି ପ୍ରମାଣ ପତ୍ର ଦେଖିଇବ ସେହିମାନେ କେବଳ ଏହି ସୁବିଧା ପାଇପାରିବେ । ଶେଷରେ ଜଗଦୀପ ଧଙ୍କର କହିଛନ୍ତି ପ୍ରତ୍ୟେକ ରାଜ୍ୟର କୃଷକଙ୍କ ପାଇଁ ୯୨,୦୦୦ କୋଟି ଟଙ୍କା ପଠାଯାଇଛି । କିନ୍ତୁ ଆମ ରାଜ୍ୟକୁ ଏହି ଟଙ୍କା ଆସିନାହିଁ । ଯାହାଫଳରେ ଚାଷୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଖୁବଶୀଘ୍ର ଚାଷୀଙ୍କ ସମସ୍ୟା ବୁଝି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ମମତା ବାନାର୍ଜୀଙ୍କୁ କହିଛନ୍ତି ।